ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ଓଡ଼ଗାଁ :- ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ଛାତ୍ରଛାତ୍ରୀ,ଶିକ୍ଷକ ଓ ଶିକ୍ଷୟିତ୍ରୀ ଆଜାଦି କି ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ସାମିଲ ହୋଇ ଜନସଚେତନତା ସୃଷ୍ଟି କରିଛନ୍ତ । ପ୍ରଥମେ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକଙ୍କ ଦ୍ଵାରା ଧ୍ବଜାରୋହଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତତ୍ପରେ ରଘୁନାଥ ବିଦ୍ୟାପୀଠରୁ ଏକ ସଚେତନତା ରାଲି ବାହାରି ହନୁମାନ ଛକ ପର୍ୟ୍ୟନ୍ତ ପରିକ୍ରମା କରିଥିଲା ।
ସମସ୍ତ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ଧରି ରାସ୍ତାରେ ବିଭିନ୍ନ ଦେଶାତ୍ମକବୋଧକ ସ୍ଲୋଗାନ ଯଥା ବନ୍ଦେ ମାତରମ୍,ଭାରତ ମାତା କି ଜୟ, ଏକ ଭାରତ ଶ୍ରେଷ୍ଠ ଭାରତ ଦେବା ସହିତ ଲୋକମାନଙ୍କୁ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ଛାତ୍ରଛାତ୍ରୀମାନେ ପରାମର୍ଶ ଦେଇଥିଲେ । ସେହିପରି ଭାବେ ନିକଟସ୍ଥ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁରୂପଭାବେ ହର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ସାମିଲ ଥିଲେ ।