• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋଦିଙ୍କର ଦେବାଳିଆ ଅର୍ଥନୀତି ଏବଂ ଶ୍ରୀଲଙ୍କା ପ୍ରସଙ୍ଗ

Proprietor Abhimanyu Maharana by Proprietor Abhimanyu Maharana
August 13, 2022
in ଓଡ଼ିଶା, ଦେଶ, ମହାନଗର, ହୋମ୍
0
ମୋଦିଙ୍କର ଦେବାଳିଆ ଅର୍ଥନୀତି ଏବଂ ଶ୍ରୀଲଙ୍କା ପ୍ରସଙ୍ଗ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ଶ୍ରୀଲଙ୍କା ଦେବାଳିଆ ହୋଇଗଲା l ଏହାର କାରଣ ଲୋକଙ୍କୁ ମାଗଣା ବାଣ୍ଟିବା l ଆପ ସରକାର ବି ମାଗଣା ବାଣ୍ଟୁଛି ଏବଂ ଦେଶକୁ ଦେବାଳିଆ କରିଦେବ l କୁଆଡେ କିଛି ସରକାରୀ କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କୁ ଏକଥା ଚେତେଇ ଦେଲେ ଏବଂ ଦୁଇଦିନ ହେଲାଣି ବିଜେପି ସମର୍ଥକ ଗଣମାଧ୍ୟମ ଏବଂ ବୁଦ୍ଧିଜୀବୀମାନେ ଏହାକୁ ନେଇ ତନାଘନା କରୁଛନ୍ତି l ଦେଶରେ ସ୍ଲୋଗାନ ଚାଲିଲାଣି ” ଫ୍ରୀବି ହଟାଅ ଦେଶ ବଞ୍ଚାଅ” l ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ ହୋଇଥିବା ଏହି ଗୁଜବର ସତ୍ୟାସତ୍ୟ ବିଶ୍ଳେଷଣ କରିବା ଏକାନ୍ତ ଆବଶ୍ୟକ l କାରଣ ଏହା ଗରିବ ଏବଂ ମଧ୍ୟବିତ୍ତ ପରିବାର ଗୁଡିକ ବିରୁଦ୍ଧରେ ଏକ ଷଡଯନ୍ତ୍ର ପରି ମନେ ହେଉଛି l

ଆସନ୍ତୁ ପ୍ରଥମେ ଦେଖିବା ଶ୍ରୀଲଙ୍କାର ଅର୍ଥନୀତି କାହିଁକି ଭୁସୁଡ଼ିଲା..?

ମାଗଣା ବାଣ୍ଟିବା ହେତୁ ନା ଅନ୍ୟ କେଉଁ କାରଣରୁ..?

ବିଶେଷଜ୍ଞ ମାନଙ୍କ କହିବା କଥା ହେଉଛି ପାଞ୍ଚଟି କାରଣରୁ ଶ୍ରୀଲଙ୍କାର ଅର୍ଥନୀତି ବରବାଦ ହୋଇଛି l

1. ଶ୍ରୀଲଙ୍କା ଅର୍ଥନୀତିର ଏକ ପ୍ରମୁଖ ଅଂଶ ହେଉଛି ପର୍ଯ୍ୟଟନl କୋଭିଡ 19 ହେତୁ ଏଥିରେ ଅତ୍ୟଧିକ କ୍ଷତି ହେଲା l ଏହା ଦେଶର ଜିଡିପିର ପ୍ରାୟ 10% ଥିଲା l
2. ବିଦେଶୀ ପୁଞ୍ଜି ଲଗାଣକାରୀ ସଂସ୍ଥାମାନେ ଦେଶର ସାମ୍ପ୍ରଦାୟିକ ଅସ୍ଥିରତା ଏବଂ ଅତ୍ୟଧିକ ଲୋନ ହେତୁ ନିଜ ନିଜ ପୁଞ୍ଜି ପ୍ରତ୍ୟାହାର କରିନେଲେ l ଏଫଡିଆଇ ପରିମାଣ 2018ରେ 1.6 ବିଲିୟନ ଥିବାବେଳେ 2019ରେ 793 ମିଲିୟନ ଏବଂ 2020ରେ ମାତ୍ର 548 ମିଲିୟନ ଡଲାରକୁ ଖସି ଆସିଲା l
3. ଶ୍ରୀଲଙ୍କାର ଆମଦାନୀ ରପ୍ତାନି ଠାରୁ ଢେର ଅଧିକ l ଯେଉଁ ଆମଦାନୀ ହେଉଛି ତାହା ଅତି ଆବଶ୍ୟକ ଦୈନଦିନ ପଦାର୍ଥ l ଯେପରିକି ପେଟ୍ରୋଲ, ଡ଼ିଜେଲ, ଖାଦ୍ୟପଦାର୍ଥ, ଚିନି, କାଗଜ, ଔଷଧ ଇତ୍ୟାଦି l ଏଥିପାଇଁ ବୈଦେଶିକ ମୁଦ୍ରା ଦରକାର l ତେଣୁ ବୈଦେଶକ ମୁଦ୍ରାର ଅଭାବ ସିଧାସଳଖ ଦେଶରେ ଦରଦାମ ବଢ଼େଇଦେଲା l
4. ଶ୍ରୀଲଙ୍କାର ରାଷ୍ଟ୍ରପତି 2021ରେ ଏକ ଅଦ୍ଭୁତ ନିଷ୍ପତ୍ତି ନେଲେ l ଗୋଟିଏ ଦିନରେ ସମସ୍ତ ରାସାୟନିକ ସାରକୁ ବନ୍ଦ କରି ଜୈବିକ କୃଷି କରିବା ପାଇଁ ନିର୍ଦେଶ ଦେଲେ l ଏହା କୃଷି କ୍ଷେତ୍ର, ଖାଦ୍ୟ ଉତ୍ପାଦନ ଏବଂ ଅର୍ଥନୀତି ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇଲା l
5. ସବୁଠାରୁ ବଡ କାରଣ ହେଉଛି ବ୍ୟାପକ ଲୋନ l ଶ୍ରୀଲଙ୍କା ସରକାର ଚୀନକୁ ଅନୁସରଣ କରିବାକୁ ଯାଇ ଉଚ୍ଚ ଦରରେ ଲୋନ ଆଣି ଭିତିଭୂମିର ବିକାଶ କରିବାକୁ ଚିନ୍ତା କଲେ l ମାତ୍ର ଏଥିରେ ଦୁର୍ନୀତି, ଦୁରଦୃଷ୍ଟିର ଅଭାବ, ରାଜନୈତିକ ହସ୍ତକ୍ଷେପ ଏବଂ କୁପରିଚାଳନା ଏତେ କ୍ଷତି କଲାଯେ ଶ୍ରୀଲଙ୍କା ଆଉ ଋଣ ଯନ୍ତାରୁ ମୁକୁଳିପାରିଲାନି l

ଯଦି ଉପୋରକ୍ତ କାରଣରୁ ଶ୍ରୀଲଙ୍କା ବରବାଦ ତେବେ ଏହା ସହିତ ଭାରତର ବିଚଳିତ ହେବାର କାରଣ କଣ..?

ଏପରି ନୁଁହେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ଭୁଲ ପଦକ୍ଷେପ ନେଇଛନ୍ତି ଏବଂ ଭାରତର ଅର୍ଥନୀତି ବି ଡୁବିବାକୁ ଯାଉଛି! ତେଣୁ ମାଲିକକୁ ବଞ୍ଚେଇବା ପାଇଁ ଚେଲା ଚାମୁଣ୍ଡା ନୂଆ ଥିଓରୀ ଖୋଜୁଛନ୍ତି l ଆଉ ଶାସକ ଦଳର ସବୁଠାରୁ ବଡ ପ୍ରତିଦ୍ବନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରିବାର ଷଡଯନ୍ତ୍ର କରୁଛନ୍ତି l କିନ୍ତୁ ଏହା ଆପ ବା ଅରବିନ୍ଦ କେଜ୍ରିୱାଲଙ୍କ ବିରୁଦ୍ଧରେ ନୁହେଁ, ପରୋକ୍ଷରେ ଦେଶର ଗରିବ ଏବଂ ମଧ୍ୟବିତ୍ତ ପରିବାର ବିରୁଦ୍ଧରେ ଏକ ଷଡଯନ୍ତ୍ର l

ଆସନ୍ତୁ ଦେଖିବା ମୋଦି ସରକାରଙ୍କର କେତେଗୁଡିଏ ଭୁଲ ନିଷ୍ପତ୍ତି ଯାହା ଅର୍ଥନୀତିକୁ ବ୍ୟାପକ ପ୍ରଭାବିତ କରିଛି ଏବଂ ଶାସକ ଦଳକୁ ବିଚଳିତ କରୁଛି l

1. ରାତିଅଧିଆ ବିମୁଦ୍ରାକରଣ କଣ ଲାଭ କରିଛି ଜଣାନାହିଁ l ମାତ୍ର କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପସଂସ୍ଥା ଏବଂ ଗ୍ରାମୀଣ ଅର୍ଥନୀତିକୁ କ୍ଷତି ପହଞ୍ଚାଇଥିବାର ତଥ୍ୟ ସାମ୍ନାକୁ ଆସିଛି l
2. ସାମ୍ପ୍ରଦାୟିକ ଅସ୍ଥିରତା ଏବଂ କୋଭିଡ 19 ଭାରତରେ ମଧ୍ୟ ପର୍ଯ୍ୟଟନ ଶିଳ୍ପ ଉପରେ ବ୍ୟାପକ ନକାରାତ୍ମକ ପ୍ରଭାବ ପକାଇଛି
3. ମୋଦି ସରକାର ମଧ୍ୟ ଭିତିଭୂମିର ବିକାଶ ନାମରେ ଏବଂ ନିଜର ବେପାରୀ ବନ୍ଧୁମାନଙ୍କର ଲୋନକୁ ଛାଡ କରିବା ପାଇଁ ବଜାରରୁ ଅତ୍ୟଧିକ ଲୋନ କରୁଛନ୍ତି l ଆମ ପରି ପରିସ୍ଥିତିରେ ଥିବା ଅନ୍ୟାନ୍ୟ ଦେଶ ଗୁଡିକର ଋଣଭାର ଜିଡିପିର 40 ରୁ 50% ଭିତରେ ସୀମିତ ଥିବାବେଳେ ଭାରତ ସରକାରଙ୍କ ଋଣ ଜିଡିପିର 70% ପାରକଲାଣି l
4. ରୁଷ ଏବଂ ୟୁକ୍ରେନର ଯୁଦ୍ଧ ବିଶ୍ୱ ଅର୍ଥନୀତି ଉପରେ ଯେଉଁ ପ୍ରଭାବ ପକେଇଛି ସେଥିରେ ଭାରତ ସରକାର ଆତଙ୍କିତ ହେଵା ମଧ୍ୟ ସ୍ୱାଭାବିକ l ତୈଳ ଦର ବୃଦ୍ଧିର ପ୍ରଭାବ ଏବଂ ପାଇକାରୀ ବଜାରରେ ମୂଲ୍ୟବୃଦ୍ଧି ସମସ୍ତେ ଅନୁଭବ କରୁଛନ୍ତି l ତେଣୁ ଦେଶରେ ଅର୍ଥନୀତିର ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି l

ବର୍ତ୍ତମାନ ବୁଝିହେବ ଯେ, ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ସହଯୋଗୀମାନେ କଣ ପାଇଁ ବ୍ୟସ୍ତ..?

ଅରବିନ୍ଦ କେଜ୍ରିୱାଲ ଏବଂ ଆମ ଆଦମୀ ପାର୍ଟିର ଅର୍ଥନୀତି ଦେଶରେ ଏକା ନୂଆ ଆଶା ସଂଚାର କରିଛି l ଲୋକମାନଙ୍କୁ ବିଜୁଳି, ପାଣି, ଉଚ୍ଚମାନର ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିନା ଦେୟରେ ଦେବା ପରେ ମଧ୍ୟ ସରକାରଙ୍କର ଆୟ ବଢୁଛି (32000 କୋଟିରୁ 67000 କୋଟି)ଏବଂ ଲୋନର ପରିମାଣ କମ (7% ରୁ କମି 5%) ହୋଇଛି l ମହିଳା ମାନଙ୍କୁ ମାଗଣା ବସ ସେବା, ବୟସ୍କ ମାନଙ୍କୁ ତୀର୍ଥଯାତ୍ରା, ଖେଳାଳି ମାନଙ୍କୁ ତୃଣମୂଳ ସ୍ତରରୁ ପ୍ରୋତ୍ସାହନ ଏବଂ ବେକାର ଯୁବକଯୁବତୀଙ୍କ ପାଇଁ ଦିଲ୍ଲୀରେ ପ୍ରାୟ 10ଲକ୍ଷରୁ ଅଧିକ ରୋଜଗାର ସୁଯୋଗ ସୃଷ୍ଟିକରୀ ସେ ଦେଶବାସୀଙ୍କୁ ଆଚମ୍ବିତ କରିଦେଇଛନ୍ତି l ଏହାର ପ୍ରଭାବ ଅନ୍ୟ ରାଜ୍ୟ ମାନଙ୍କ ଉପରେ ପଡିବା ସ୍ୱାଭାବିକ l

ମୋଦି ସରକାର ଏବଂ କେଜ୍ରିୱାଲ ସରକାରଙ୍କର ଅର୍ଥନୀତି ମଧ୍ୟରେ ପ୍ରାର୍ଥକ୍ୟ ସ୍ପଷ୍ଟ ଅଟେ l

1. ମୋଦି ବେପାରୀଙ୍କ ସ୍ୱାର୍ଥରେ ବ୍ୟାଙ୍କଋଣ ଛାଡ ପାଇଁ ବଜାରରୁ ଲୋନ କରୁଥିବା ବେଳେ ଅରବିନ୍ଦ କେଜ୍ରିୱାଲ କୌଣସି ଲୋନ ନକରି ଗରିବଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇବାର ବ୍ୟବସ୍ଥା କରୁଛନ୍ତି l
2. ମୋଦି ନିର୍ବାଚନ ପାଇଁ ଫ୍ରୀବି ରାଜନୀତି କରୁଥିବା ବେଳେ କେଜ୍ରିୱାଲ ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସଂସାଧନକୁ ମାନବ ସମ୍ବଳ ବିକାଶ ଏବଂ ଭିତିଭୂମିର ବିକାଶରେ ନିୟୋଜିତ କରୁଛନ୍ତି l
3. ମୋଦିଙ୍କ ଅର୍ଥନୀତି କେବଳ ପୁଞ୍ଜିପତିଙ୍କ ପାଇଁ ଉଦ୍ଧିଷ୍ଟ ଥିଵାବେଳେ କେଜ୍ରିୱାଲଙ୍କ ଅର୍ଥନୀତି ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ l
4. ଆମେ ମଧ୍ୟ ଜାଣିବା ଉଚିତ ଯେ ମୋଦିଙ୍କ ଦ୍ୱାରା ଦୀର୍ଘସମୟ ଶାସିତ ଗୁଜରାଟରେ ଲୋକଙ୍କୁ କୌଣସି ଫ୍ରୀବି ନଦେଇ ସରକାରଙ୍କର ଋଣ ଭାର ପ୍ରାୟ 3ଲକ୍ଷ କୋଟି ପାର କରିଛି l ଏଥିପାଇଁ ନିକଟରେ CAG ଆଶଙ୍କା ପ୍ରକାଶ କରିଛନ୍ତି ଯେ ଗୁଜୁରାଟ ନିଜକୁ ନ ସମ୍ଭାଳିଲେ ଋଣ ଯନ୍ତାରେ ପଡିଯାଇପାରେ l

ତେଣୁ ବୁଝିବାର ସମୟ ଆସିଛି l

ଦେଶର ଭବିଷ୍ୟତ ପାଇଁ କେଜ୍ରିୱାଲଙ୍କର ଅର୍ଥନୈତିକ ମଡେଲ ହିଁ ସବୁଠାରୁ ଉପଯୁକ୍ତ ମଡେଲ l ନିଜର ଅପାରଗତା ପାଇଁ ଏକ ସଫଳ ମଡେଲକୁ ନିନ୍ଦା କରିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

June 21, 2026
ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

ସୃଷ୍ଟି ଏକାଡେମୀରେ ଚତୁର୍ଥ ଆନ୍ତର୍ଜାତୀୟ ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ

June 21, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

ବ୍ରହ୍ମାକୁମାରୀ ସେବାକେନ୍ଦ୍ରରେ ବିଶ୍ଵ ଯୋଗ ଦିବସ ପାଳିତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version