No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପୋଲିସକୁ ବଡ଼ ଧରଣର ଏକ ସଫଳତା ମିଳିଛି. ଗତ ୨୦୦୮ ଠାରୁ ପୋଲିସର ମୋଷ୍ଟ ୱାଣ୍ଟେଡ ଥିବା ଦୁର୍ଦାନ୍ତ ମାଓବାଦୀ ପ୍ରଫୁଲ ପରିଛା (୫୦) କୁ ଗୁ ପୋଲିସ ଅତ୍ୟନ୍ତ କୌଶଳକ୍ରମେ ଗିରଫ କରିଥିବା ଜଣାଯାଇଛି. ଗଜପତି ଜିଲ୍ଲା ଅଡ଼ଵା ଥାନାଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତିଯେ, ଗତ ୨୦୦୮ରୁ ପ୍ରଫୁଲ୍ଲ ପୋଲିସର ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ରହି ଆସିଥିଲା. ସେ ଗତ ୨୦୦୮-୧୦ ମଧ୍ୟରେ ମାଓ ସଂଗଠନରେ ରହି ବିଭିନ୍ନ ହିଂସାକାଣ୍ଡରେ ଜଡିତ ଥିଲେ. ତାଙ୍କ ବିରୋଧରେ ଅଡ଼ଵା ଥାନାରେ ଗତ ୭୨୦୦୮ – ୧୦ ମଧ୍ୟରେ ୭ ଗୋଟି ମାମଲା ଯଥା – ରାଷ୍ଟ୍ରଦ୍ରୋହ,
ହିଂସାକାଣ୍ଡ, ରାସ୍ତା ଅବରୋଧ, ସର୍ବ ସାଧାରଣ ରାସ୍ତାକୁ ନଷ୍ଟ କରିବା ଆଦି ବିଭିନ୍ନ ସଂଗୀନ ମାମଲା ରହିଥିଲା. ୨୦୦୮ ରୁ ପୋଲିସ ପ୍ରଫୁଲ୍ଲକୁ ଧରିବା ପାଇଁ ବହୁ ଚେଷ୍ଟା କରି ଆସୁଥିଲେ. ଗତ ୩ ଦିନ ତଳେ ପ୍ରଫୁଲ୍ଲର ନିଜ ଗ୍ରାମରେ ରହିଥିବା ନେଇ ଅଡ଼ଵା ପୋଲିସ ସୂଚନା ପାଇଥିଲେ. ବିଭିନ୍ନ କୌଶଳକ୍ରମେ ପୋଲିସ ପ୍ରଫୁଲ୍ଲ ରହୁଥିବା ନିଜ ଗ୍ରାମ ଡେକାପଙ୍କା ଗ୍ରାମରେ ପହଞ୍ଚି ୨ଦିନ ଭିନ୍ନଭିନ୍ନ ଭାବେ ଚଢାଉ କରି ଗତକାଲି ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ. ଗତକାଲି ଅପରାହ୍ନରେ ପ୍ରଫୁଲ୍ଲଙ୍କୁ କୋୖର୍ଟଚାଲାଣ କରାଯାଇଥିବା ମଧ୍ୟ ଅଡ଼ଵା ଥାନାଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଜଣାଇଛନ୍ତି.

No Result
View All Result