ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶନିବାର ) ବୈପାରିଗୁଡା :- ବୈପାରିଗୁଡା ମଣ୍ଡଳ ବିଜେପି ଦଳ ପକ୍ଷରୁ ବୈପାରିଗୁଡା ଗ୍ରାମରେ ହର ଘର ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେପି ଦଳର ଦୀଳୀୟ କର୍ମକର୍ତିା , ଶିଶୁ ମନ୍ଦିରର , ସହିଦ ଲକ୍ଷ୍ମଣ ନାୟକ ଡିଗ୍ରୀ ମହାବିଦ୍ୟାଳ , ସହିଦ ଲକ୍ଷ୍ମଣ ନାୟକ କନିଷ୍ଠ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ବୈପାରିଗୁଡାବାସୀ ସାମିଲ ହୋଇ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ପାଳନ ହେଉଥିବା ଅମୃତ ମହୋତ୍ସାବକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ପ୍ରତି ଘରେ ୧୩-୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକାକୁ ସମ୍ମାନର ସହିତ ଲଗାଇବାକୁ ଆହ୍ନାନ ଜଣାଇଥିଲେ ।
ଆମ ଦେଶର ସମ୍ମାନ ବଢାଇବା ଓ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ଏହି ଅଭିନବ କାର୍ଯ୍ୟକ୍ରମ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା ପାଇଁ ବିଜେପି ଦଳର ବରିଷ୍ଟ କର୍ମୀ ମାନେ ପରାମର୍ଶ ଦେଇଥିଲେ । ସ୍ଥାନୀୟ ଗୌଡ ସାହି ଠାରୁ ବିଜେପି କର୍ମୀ , ଛାତ୍ରଛାତ୍ରୀ , ଗ୍ରାମବାସୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ସାହି ସାହି ବୁଲି ହର ଘର ତ୍ରିରଙ୍ଗା ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ହାତରେ ତ୍ରିରଙ୍ଗା ପତାକା ଧରି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାର ଦେଖିବାକୁ ମିଳିଛି ।














