ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକରେ ନିୟଜିତ ଥିବା ୧୫୧ ବିଏନ ସିମୀ ସୁରକ୍ଷା ବାହିନୀ ( ବିଏସ୍ଏଫ )ପକ୍ଷରୁ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବା ନେଇ ଦଣ୍ଡାବାଡି ଓ ରାମଗିରି ଅଂଚଳ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ମାଓ ଅଂଚଳରେ ଶୋଭାଯାତ୍ରା କରି ସଚେତନତା କରୁଥିବା ଦେଖିବାକୁ ମିଳିଛି ।
ଭାରତର ସ୍ବାଧୀନତାର ୭୫ତମ ଦିବସ ପାଳନ ଅବସରରେ ସମଗ୍ର ଭାରତବର୍ଷରେ ସ୍ୱାଧୀନତାର ଅମୃତ ମହୋତ୍ସବପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବୈପାରିଗୁଡା ବିଏସଏଫ ୧୫୧ ବାଟାଲିୟନର ମୁଖ୍ଯ କମାଣ୍ଡେଣ୍ଟ ଅଜୟ କୁମାରଙ୍କ ନିର୍ଦେଶକ୍ରମେ ଦଣ୍ଡାବାଡି ଓ ରାମଗିରି ର ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଙ୍କ
ନେତୃତ୍ୱ ରେ ଯବାନ ମାନେ ଓ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ହାତରେ ଫ୍ଲାକାର୍ଡ ସହିତ ଜାତୀୟ ପତାକା ଧରି ସ୍ଲୋଗାନ ଦେଇ ସହର ଗାଁ ଗହଳି ଠାରୁ ବାହାରି ବିଭିନ୍ନ ସ୍ଥାନ ବୁଲି ୧୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଜାତୀୟ ପତାକା ଲଗାଇବା ପାଇଁ ଶୋଭାଯାତ୍ରା କରି ସଚେତନତା କରିଥିଲେ । ଏଥିରେ ୧୫୧ ବିଏନ ବିଏସଏଫ ଯବାନ ଓ ବିଦ୍ୟାଳୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ ।














