• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ : ବିପୁଳ ହାତୀଦାନ୍ତ ଜବତ – ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ

Proprietor Abhimanyu Maharana by Proprietor Abhimanyu Maharana
August 13, 2022
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ : ବିପୁଳ ହାତୀଦାନ୍ତ ଜବତ – ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ
Share on FacebookShare on TwitterWhatsapp

1. ଗିରଫ ବ୍ୟକ୍ତି ଜଣକ ଆଠଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ

2. ଗତକାଲି ରାତିରେ ବେଗୁନିଆର ପାରିମୂଳରୁ ରଜାକ ଖାଁ ଗିରଫ କରିଥିଲା ।

3. ଜାକ ଖାଁନ ରାଜ୍ୟରେ ୧୬ଟି ହାତୀ ଶିକାର କରିଥିବା ସ୍ୱୀକାର କରିଛି ।

4. ହାତୀ ଶିକାରର ନେଟ୍ୱାର୍କ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ସହ ଏଥିରେ ତା ୧୪ରୁ ଊର୍ଦ୍ଧ୍ବ ସହଯୋଗୀ ରହିଛନ୍ତି ।

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ଖୋର୍ଦ୍ଧା :- ରାଜ୍ୟରେ ୧୬ ହାତୀ ଶିକାର କରିଥିବା ରଜାକ ଖାଁ ଗିରଫ , ରାଜ୍ୟରେ ଗତ କିଛି ମାସ ଧରି ଚାଲିଥିବା ହାତୀମଡ଼କ ଘଟଣାରେ ଏକ ଚାଞ୍ଚଲ୍ୟକର ମୋଡ ଆସିଛି । ରାଜ୍ୟ ସରକାରଙ୍କ ଗଠିତ ଏସ୍ଆଇଟି ଖୋର୍ଦ୍ଧାର ବେଗୁନିଆ ଥାନା ଅଞ୍ଚଳରୁ ରଜାକ ଖାଁନ ନାମକ ଜଣେ ଶିକାରୀକୁ ଗିରଫ କରିବା ସହ ବିପୁଳ ହାତୀଦାନ୍ତ ଜବତ କରିଥିବା ଜଣାଯାଇଛି । ଗିରଫ ବ୍ୟକ୍ତି ଜଣକ ଆଠଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ଟି ହାତୀ ଶିକାର ମାମଲାରେ ସମ୍ପୃକ୍ତ ରହିଥିବା ସୂଚନା ରହିଛି ।

ତେବେ ଗିରଫଦାରୀ ସମ୍ପର୍କରେ ବନ ବିଭାଗଠାରୁ ଆରମ୍ଭ କରି ପୁଲିସ ଓ ଏସଟିଏଫ୍ କେହି ମୁହଁ ଖୋଲୁ ନଥିବା ମାମଲାକୁ ଅଧିକ ରହସ୍ୟମୟ କରିଛି । ସୂଚନାନୁସାରେ, ହାତୀ ଶିକାର ମାମଲାର ତଦନ୍ତ କରିବାକୁ ଗଠିତ ହୋଇଥିବା ଏସ୍ଆଇଟି, ଖୋର୍ଦ୍ଧା ଓ ଆଠଗଡ଼ ବନଖଣ୍ଡର ବନବିଭାଗ କର୍ମଚାରୀ, ଖୋର୍ଦ୍ଧା ସ୍ୱତନ୍ତ୍ର ସ୍କ୍ୱାଡ୍, ଏସ୍ଟିଏଫ୍, ଖୋର୍ଦ୍ଧା ପୁଲିସ ଗତ ଚାରି ଦିନ ଧରି ଖୋର୍ଦ୍ଧାର ବୋଲଗଡ଼, ବେଗୁନିଆ ଓ ଟାଙ୍ଗୀ ଆଦି ବ୍ଲକର ଏକାଧିକ ସ୍ଥାନରେ ଚଢ଼ଉ କରିଥିଲେ । ଏହି ଚଢ଼ଉ ଅଭିଯାନ ସମ୍ପୂର୍ଣ୍ଣ ଭାବେ ଗୁପ୍ତ ରହିଥିଲା । ତେବେ ଗତକାଲି ରାତିରେ ବେଗୁନିଆର ପାରିମୂଳରୁ ରଜାକ ଖାଁ (୪୦) ଗିରଫ କରିଥିଲେ ।

ରଜାକ ଖାଁର ଘର ବେଗୁନିଆ ଥାନା ଅନ୍ତର୍ଗତ ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତର ଦକ୍ଷୀଣ ପାରିକ୍ଷେତ ନିକଟ ଅନନ୍ତପଲ୍ଲୀ ଅଟେ। ରଜାକ ଖାଁନ ମଧ୍ୟ ଗତ ଚାରିଦିନ ଧରି ଏହି ଯୁଗ୍ମ ଟିମକୁ ଚକମା ଦେଖାଇ, ଟିକାତାଳ, ଦେଉଳି, ବାଙ୍କୀ ଆଦି ଅଞ୍ଚଳରେ ଘୁରି ବୁଲୁଥିଲା। ରଜାକ ଖାଁ ଯେଉଁ ସ୍ଥାନରୁ ଗିରଫ ହେଲା ସେଠାରୁ ହାତୀଦାନ୍ତ ମଧ୍ୟ ଜବତ କରାଯାଇଥିବା ଜଣାଯାଇଛି। ଗତକାଲି ରାତିରେ ଖୋର୍ଦ୍ଧାରେ ଏନେଇ ପଚରାଉଚୁରା କରିବା ପରେ ଆଠଗଡ଼ ବନଖଣ୍ଡକୁ ହସ୍ତାନ୍ତର କରାଯାଇଛି । ସେଠାରେ କେନ୍ଦ୍ରର ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ପଚରାଉଚୁରା କରିବ ବୋଲି ଜଣାଯାଇଛି ।

ପଚରାଉଚୁରାରେ ରଜାକ ଖାଁନ ରାଜ୍ୟରେ ୧୬ଟି ହାତୀ ଶିକାର କରିଥିବା ସ୍ୱୀକାର କରିଛି । କେବଳ ଏହା ନୁହେଁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଆଦି ରାଜ୍ୟରେ ହୋଇଥିବା ଏକାଧିକ ହାତୀ ଶିକାର ଓ ହାତୀଦାନ୍ତ ଚାଲାଣରେ ସମ୍ପୃକ୍ତ ଥିବା ଜଣାଯାଇଛି । ଏହି ହାତୀ ଶିକାରର ନେଟ୍ୱାର୍କ ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଥିବା ସହ ଏଥିରେ ତା ୧୪ରୁ ଊର୍ଦ୍ଧ୍ବ ସହଯୋଗୀ ରହିଛନ୍ତି । ଏଥିରେ ବନବିଭାଗର କର୍ମଚାରୀ ସମ୍ପୃକ୍ତ ଥିବା ଓ ଓଡ଼ିଶାର କେତେକ ସରକାରୀ କର୍ମଚାରୀ ଓ ରାଜନେତାଙ୍କୁ ସେମାନେ ହାତୀଦାନ୍ତ ଯୋଗାଇଥିବା ମଧ୍ୟ ଜଣାପଡ଼ିଛି । ସୂଚନାଯୋଗ୍ୟ, ଚଳିତବର୍ଷ ମେ’ ଓ ଜୁନ ମାସରେ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ମାଟିରେ ପୋତାଯାଇଥିବା ୪ଟି ହାତୀ କଙ୍କାଳ ଉଦ୍ଧାର କରାଯାଇଥିଲା ।

ଏହାପରେ ଜୁଲାଇ ମାସରେ ଆଠଗଡ଼-ବଡ଼ମ୍ବା ଅଞ୍ଚଳରେ ଦୁଇଟି ଗୁଳିବଦ୍ଧ ହାତୀ ମିଳିବା ପରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ୱାଇଲ୍ଡ ଲାଇଫ କ୍ରାଇମ୍ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ତଦନ୍ତ ଆରମ୍ଭ କରିଥିଲା । ରାଜ୍ୟ ସରକାର ଜୁନ ୧୬ ତାରିଖରେ ମାମଲାର ତଦନ୍ତ ପାଇଁ ଏସ୍ଆଇଟି ଗଠନ କରିଥିଲେ । ୧ ମାସ ମଧ୍ୟରେ ଏହାର ରିପୋର୍ଟ ଦେବା ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ ହୋଇଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପୁଣି ୧ ମାସକୁ ବୃଦ୍ଧି କରାଯାଇଥିଲା । ଏହି ଘଟଣାରେ ଜଣେ ଫରେଷ୍ଟର ସହ ଦୁଇଜଣ ବନ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version