No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରାୟଗଡ଼ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଏକ ତ୍ରିରଙ୍ଗା ଜନ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ତ୍ରିରଙ୍ଗା ଯାତ୍ରାରେ ଶିଶୁ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ରଛାତ୍ରୀ ଏବଂ ଗୁରୁମା/ଗୁରୁଜୀ ଅଂଶଗ୍ରହଣ ପୂର୍ବକ ସମଗ୍ର ଗାଁ-ବସ୍ତି ବୁଲି ତ୍ରିରଙ୍ଗା ପତାକା ର ବିଶେଷତ୍ଵ , ହର ଘର ତ୍ରିରଙ୍ଗା ଏବଂ ତ୍ରିରଙ୍ଗା ଭାରତର ସ୍ୱର୍ଣିମ୍ ସମେତ ଏହା ସମ୍ମାନ ଓ ଏକତାର ପରିଚୟ ଭାବେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସୂଚାଇ ସଚେତନ କରାଇ ଥିଲେ ।
ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବାର୍ତ୍ତା “ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଳନ ନେଇ ଏବଂ “ଆଜାଦିକା ଅମୃତ ମହୋତ୍ସବ” ପାଳନ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି । ଭାରତ-ମାତାର ସ୍ୱର୍ଣିମ ଇତିହାସକୁ ପ୍ରତ୍ୟେକ ଭାରତ ବାସୀଙ୍କ ହୃଦୟରେ ଦେଶ-ପ୍ରେମର ଭାବ ଜାଗ୍ରତ କରିବାର ମହାନ୍ ଲକ୍ଷ ଅଟେ ।ଏହି ଅବସରରେ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶୁଭେନ୍ଦ୍ର ନାଥ ଘଡେ଼ଇ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆମେ ଆମ ବିଦ୍ୟାଳୟ ପକ୍ଷରୁ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛୁ ।
ଭାରତର ସ୍ଵାଧୀନତା ସଂଗ୍ରାମରେ ଯେଉଁ ମହାନ୍ ବୀର ମାନଙ୍କ ବଳିଦାନ ସମେତ ଅନେକ ଦେଶଭକ୍ତ ଯେଉଁମାନଙ୍କ ଇତିହାସରେ କୌଣସି ଲିପିବଦ୍ଧ ନାହିଁ କି ସମାଜରେ ସେମାନଙ୍କ କୌଣସି ପରିଚୟ ମଧ୍ୟ ନାହିଁ କି ସେମାନଙ୍କୁ କେହି ଜାଣନ୍ତି ନାହିଁ ।ତେଣୁ ଇତିହାସରେ ଯେଉଁ ମହାନ୍ ବୀର ଓ ଦେଶଭକ୍ତ ମାନଙ୍କ ନାମର ଚିହ୍ନବର୍ଣ୍ଣ ନାହିଁ । ସେମାନଙ୍କୁ ଖୋଜି ଭାରତ ଇତିହାସରେ ନାମ ଲିପିବଦ୍ଧ କରିବା ସହ ସେମାନଙ୍କୁ ମନେ ପକାଇ ଖୋଜିବା ଏହା ଏକ ପ୍ରୟାସ ମାତ୍ର ବୋଲିକହିଥିଲେଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ଯେଆଜାଦିକା ଅମୃତ ମହୋତ୍ସବ ପାଳନ କରିବା ପାଇଁ ।
ସେହି ଉତ୍ସବରେ ଆମେ ସମସ୍ତେ ସାମିଲ ହୋଇ ସହର ସମେତ ଗାଁ ଗହଳିରେ ଉତ୍ସାହ ଓ ଆନନ୍ଦର ସହ ପାଳନ କରିବା ପାଇଁ । ଅନ୍ୟପକ୍ଷରେ , ବିଦ୍ୟାଳୟକୁ ଆସୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନେ ସେମାନଙ୍କ ଘରେ ତ୍ରିରଙ୍ଗା ପତାକା ଲଗାଇବେ , ସେଥିପାଇଁ “ହର ଘର ତ୍ରିରଙ୍ଗା” ଘର ଘର ତ୍ରିରଙ୍ଗା” ଏଭଳି ନାରା ଦେବା ସହ ସମସ୍ତଙ୍କୁ ସଚେତନତା କରା ଯାଉଛି ବୋଲି କହିଥିଲେ ।

No Result
View All Result