ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଶୁକ୍ରବାର ) ବୈପାରିଗୁଡା :- ବର୍ଷ ବର୍ଷ ଧରି ଗାଁ ଠାରୁ ଅନ୍ୟ ଗ୍ରାମକୁ ଯାତାୟତ କରିବା ପାଇଁ ଲୋକଙ୍କ ଗୋଟିଏ ମାତ୍ର ସାହାଭରସା କେବଳ ଦେଶୀ ଡଙ୍ଗା । ତେବେ ସରକାର ବଦଳିଲେ,ନେତା ,ମନ୍ତ୍ରୀ , ବିଧାୟକ ବି ବଦଳି ଗଲେ । ଲୋକଙ୍କ ଯାତାୟତ ପାଇଁ ବିଜ୍ର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଗଲା । ତାହା ସହ ବିଜ୍ର ନିର୍ମାଣ ନ ହେବା ପର୍ଯ୍ୟନ୍ତ ଡଙ୍ଗାରେ ଏ ପଟେ ରୁ ସେ ପଟକୁ ଯିବା ପାଇଁ ପ୍ରଶାସନ ତରଫରୁ ନୂତନ ଡଙ୍ଗା ମଧ୍ୟ ଯୋଗାଇ ଦିଆଗଲା । ମାତ୍ର ବର୍ଷକ ଭିତରେ ନୂତନ ଡଙ୍ଗା ମଧ୍ୟ ଭାଙ୍ଗିରୁଜି ନଦୀ ପାଣିରେ ମିଶି ଯାଇଥିବାର ଦେଖିବାକୁ ମିଳିଲା । ବର୍ଷକୁ ଦୁଇ ଦୁଇ ଥର ସରକାରୀ କର୍ମଚାରୀ ଓ ନେତା ମନ୍ତ୍ରୀ ବିଧାୟକ ସାସଂଦ ଯାଆନ୍ତି ପୁଣି ସେହି ଗ୍ରାମକୁ ।
ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ଓ ଦାବି ପରେ ପ୍ରଶାସନ ତରଫରୁ ଏକ ନୂତନ ଡଙ୍ଗା ମିଳିଲା ମାତ୍ର ବର୍ଷ କ ଭିତରେ ଭାଙ୍ଗିରୁଜି ଯିବା ଫଳରେ ଏବେ ବର୍ଷା ଦିନେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖ୍ୟନ ହେଉଥିବାର କହିଛନ୍ତି । ଗାଁକୁ ଚାଲ ଗାଁକୁ ଗଢ ଏ ପରି ଅନେକ ସ୍ଲୋଗାନ ନେଇ ସରକାରଙ୍କ କାହିଁରେ କେତେ ଯୋଜନା କିନ୍ତୁ ଏ ଚିତ୍ର ହିଁ ବୟାନ କରୁଛି ବିକାଶର ବାସ୍ଥବତା । ଆଜିକା ଯୁଗରେ ମନୁଷ୍ୟ ଚନ୍ଦ୍ରରେ ରହିବା ପାଇଁ ଅଣ୍ଠା ଭିଡିଥିବା ବେଳେ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମୁା ପଂଚାୟତ ଠାରୁ ଏପରି କିଛି ଗାଁ ରହିଛି ଯେଉଁଠି କି ଲୋକେ ଦୈନନ୍ଦିନ କାର୍ଯ୍ୟ ପାଇଁ ବିପନକୁ ନିମନ୍ତ୍ରଣ କରି ଦେଶୀ ଡଙ୍ଗା ଉପରେ ନିର୍ଭିର କରୁଛନ୍ତି । ତେନ୍ତୁଳିଗୁମ୍ମୁା ପଂଚାୟତର ମଧୁପୁର ଘାଟରୁ ଅନ୍ୟ ଗାଁକୁ ଯିବାକୁ ହେଲେ ଲୋକଙ୍କ ସାହାଭରସା କେବଳ ଡଙ୍ଗା ।
ବୈପାରିଗୁଡା ବ୍ଳକ କାର୍ଯ୍ୟଳୟକୁ ଯିବାକୁ ହେଲେ ୭୦ ରୁ ୮୦ କିଲୋମିଟର ଯିବାକୁ ପଡେ । କିନ୍ତୁ ଉକ୍ତ ନଦୀ ପାରା ହୋଇ ଅନ୍ୟ ରାସ୍ତାରେ ବୈପାରିଗୁଡା ଆସିଲେ ୪୫ କିଲୋମିଟର ପଡିଥାଏ । ଖରା ଓ ଶୀତ ଦିନରେ ଲୋକେ ଠିକ୍ ଭାବରେ ଉକ୍ତ ଦେଶୀଡଙ୍ଗାରେ ନଦୀ ପାର ହେଉଥିବା ବେଳେ ବର୍ଷା ଦିନ ଆସିଲେ ଲୋକେ ଭଗବାନକୁ ଡାକି ନଦୀ ପାର ହେଉଥିବା ବେଳେ ଏବେ ମଧୁପୁର ଘାଟ ର ଡଙ୍ଗା ଭାଙ୍ଗି ଯିବା ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖ୍ୟନ ହେଉଛନ୍ତି ଗାଁ ଗହଳିର ଲୋକେ । ସରକାର ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।














