ପିଲାଙ୍କ ଶରୀରରେ କୃମି କେଉଁ ପ୍ରଭାବ ପକାଇଥାଏ, ପୁଷ୍ଟିହୀନତା, ରକ୍ତହୀନତା ଏବଂ ମାନସିକ ଓ ଶାରିରୀକ ଅଭିବୃଦ୍ଧି ହ୍ରାସ, ପରିଷ୍କାର ପରିଚ୍ଛନ୍ନତା, ହାତଧୁଆ ପ୍ରଣାଳୀ ଆଦି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ତତ୍ ସଙ୍ଗେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ କୃମି ନାଶକ ବଟିକା ଗୋଟିଏ ଲେଖାଏଁ ଚୋବାଇ ଖାଇବାକୁ ପରାମର୍ଶ ଦିଆଯାଇଥିଲା ।
ଏତଦ୍ ବ୍ୟତୀତ ପଡିଆ ବ୍ଳକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମି ନାଶକ ବଟିକା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ପିଏଚଇଓ ନବୀନ ଚନ୍ଦ୍ର ସମରଥ ଓ ଵିପିଏମ୍ ମହାନନ୍ଦ ମିସ୍ତ୍ରୀ ପରିଚାଳନା କରିଥିବା ବେଳେ ବିଜୟ କୁମାର ନାୟକ ସହଯୋଗ ସହ ଧନ୍ୟବାଦ ଅର୍ପଣ ସହ ସଭା ସାଙ୍ଗ କରିଥିଲେ ।
© 2023 Odisha Taza News.