No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ସାରା ରାଜ୍ୟରେ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ଅଗଷ୍ଟ ୭ରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯାଉଛି । ଆମର ବହୁ ପୁରାତନ ଓ ମହାର୍ଘ ହସ୍ତତନ୍ତ ପର ̧ରା ଓ ସଂସ୍କୃତିକୁ ସମ୍ମାନ ଜଣାଇବା, ରାଜ୍ୟର ମହାନ ହସ୍ତତନ୍ତ କାରିଗରମାନଙ୍କୁ ସହାୟତାର ହସ୍ତ ପ୍ରସାରଣ କରିବା ସହିତ ସେମାନଙ୍କର ଦକ୍ଷତା ଓ ସୃଜନଶକ୍ତି ପିଢ଼ି ପରେ ପିଢ଼ି ଏହି ଅଦ୍ୱିତୀୟ ବୃତ୍ତି ଓ ଜୀବିକାକୁ ବଞ୍ଚାଇବା ସହ ଉତ୍କର୍ଷର ଶିଖରରେ ପହଞ୍ଚାଇଛନ୍ତି । ଆମ ରାଜ୍ୟର ହସ୍ତତନ୍ତ ଉତ୍ପାଦ ରାଜ୍ୟର ସମୃଦ୍ଧ ସଂସ୍କୃତି ଓ ପର ̧ରାର ପ୍ରତୀକ ।
ଏଗୁଡ଼ିକ ଲକ୍ଷାଧିକ ହସ୍ତତନ୍ତ କାରିଗରମାନଙ୍କ ଜୀବନଜୀବିକାର ପ୍ରମୁଖ ଉତ୍ସ । ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ଉ ପରେ ଜନସଚେତନତା ସୃଷ୍ଟି କରିବା ଏବଂ ଦେଶର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧିରେ ଏହାର ଅବଦାନକୁ ସ୍ୱୀକୃତି ଦେବା ଜାତୀୟ ହସ୍ତତନ୍ତ ଦିବସର ଉଦ୍ଦେଶ୍ୟ ଓ ଲକ୍ଷ୍ୟ । ଶାଢ଼ି ଓ ଅନ୍ୟାନ୍ୟ ହସ୍ତତନ୍ତ ଉତ୍ପାଦ ବ୍ୟତୀତ ରାଜ୍ୟର ଅଗଣିତ ପୁରୁଷ ଓ ମହିଳାମାନଙ୍କ ପାଇଁ କାର୍ଯ୍ୟାଳୟ େ ପାଷାକ, ଯୁବ ପିଢ଼ିଙ୍କ ପାଇଁ ଯୁଗୋ ପଯୋଗୀ ବସ୍ତ୍ର ବିକ୍ରୟ କରିବାରେ ବୟନିକା ପ୍ରମୁଖ ଭୂମିକା ଗ୍ରହଣ କରିଛି ।
ରାଜ୍ୟର ଅଗଣିତ ହସ୍ତତନ୍ତ କାରିଗରମାନଙ୍କୁ ସେମାନଙ୍କ ମହାନ ଜୀବିକାରେ ମନୋନିବେଶ କରିବା ସହ ଯୁବ ପିଢ଼ିଙ୍କୁ ଏହି ଆଦର୍ଶରେ ଅନୁ ପ୍ରାଣୀତ କରିବା ପାଇଁ ଏହି ଦିବସ ସୁଯୋଗ ସୃଷ୍ଟି କରିଛି । ଆଜି ଏକାମ୍ର ହାଟଠାରେ ବୟନିକା ପକ୍ଷରୁ ଓଡ଼ିଶା ହସ୍ତତନ୍ତର ଅନନ୍ୟ ଫେସନ୍ ସୋ ଅନୁଷ୍ଠିତ ହୋଇଯାଇଛି । ଏହି ଫେସନ୍ ସୋ’ରେ ୧୦ଟି ସେଗ୍ମେଣ୍ଟରେ ଓଡ଼ିଶା ହସ୍ତତନ୍ତର ବିଭିନ୍ନ ଡିଜାଇନ୍ ଓ କଲେକ୍ସନ୍କୁ ମଡେଲ୍ମାନେ ପ୍ରଦର୍ଶନ କରିଥିଲେ । ଏହି ଫେସନ୍ ସୋ’କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଉଦ୍ଘାଟନ କରିଥିଲେ ।
ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନେସ୍ନାଲ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଫେସନ୍ ଟେକ୍ନୋଲୋଜିର ନିର୍ଦ୍ଦେଶକ ଶୋଭନ୍ କ୍ରିଷ୍ଣା ସାହୁ, ସୋନ ପୁରର କଲେକଫର ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅବୋଲି ସୁନୀଲ ନରଓ୍ୱଣେ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ଡେ ପୁଟି ଡାଇରେକଫର, ଇଣ୍ଟେଲିଜେନ୍ସ ଶ୍ରୀ କୁନାଲ କୁମାର, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ପ୍ରମୁଖ ଉ ପସ୍ଥିତ ଥିଲେ ।
No Result
View All Result