No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର )ନୟାଗଡ଼ :- ପୌରାଧାକ୍ଷା ଶ୍ରୀମତୀ ନିରୁପମା ଖଟେଇ,ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା, କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ସୁଶ୍ରୀ ଶ୍ଵେତା ମିଶ୍ର (ଓ. ଏମ. ଏ. ଏସ )ଙ୍କ ସମେତ କାର୍ଯ୍ୟାଳୟର ୭0ଜଣ କର୍ମଚାରୀ ଙ୍କୁ ରାକ୍ଷୀ ବାନ୍ଧି ମିଠା ଖୁଆଇଲେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ନୟାଗଡ଼ ଶାଖାର ଭଉଣୀ ମାନେ | ଆଶ୍ରମ ମୁଖ୍ୟ ମିନି ଭଉଣୀ ,ବି. କେ. ସଚଳା ଭଉଣୀ ପ୍ରମୂଖ ରାକ୍ଷୀ ବାନ୍ଧିଥିଲେ | ସହରର ବିକାଶ ରେ ପୌର କର୍ମଚାରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଭଉଣୀ ମାନେ ମତ ଦେଇଥିବା ବେଳେ ମୁନିସିପାଲିଟିର ମାର୍କେଟିଂ ଅଫିସର କୈଳାସ ଜେନା,
ୱାରେଣ୍ଟ ଅଫିସର ନାରାୟଣ ନାୟକ,ପୂର୍ତ୍ତ ବିଭାଗ ବରିଷ୍ଠ ସହାୟକ ତଥା ସୁ ସାହିତ୍ୟିକ ଗଜେନ୍ଦ୍ର ମହାରଣା, ଆକାଉଣ୍ଟାଣ୍ଟ ଶିଶିର ମହାପାତ୍ର ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଭଉଣୀ ଭାଇର ପବିତ୍ର ସମ୍ପର୍କର ନିଦର୍ଶନ ସ୍ୱରୂପ ମହାନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିବା ବେଳେ ମୁନିସିପାଲିଟି କାର୍ଯ୍ୟାଳୟରେ ଏହିପରି ଏକ ବୌଦ୍ଧିକ କାର୍ଯ୍ୟକ୍ରମକୁ ନେଇ ସମଗ୍ର ଜିଲ୍ଲାରେ ମୁନିସିପାଲିଟି ପ୍ରତି ପ୍ରଶଂସାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି

No Result
View All Result