No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ବୁଧବାର ) ବରଗଡ଼ :- ସ୍ବାଧୀନତା ର ୭୫ ବର୍ଷ,ଆଜାଦି କି ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆଜି ବରଗଡ଼ ସହରରେ ବିକାଶ ଶିକ୍ଷାନୁଷ୍ଠାନ ସମୁହର ପକ୍ଷରୁ ଏକ କିଲୋମିଟର ଲମ୍ବର ଜାତୀୟ ପତାକା ର ଶୋଭାଯାତ୍ରା ହୋଇଥିଲା । ହର ଘର ମେ ତ୍ରିରଂଗା ଅବସରରେ ଆଜି ବିକାଶ ଶିକ୍ଷାନୁଷ୍ଠାନ ସମୁହର ପକ୍ଷରୁ ୧ କିଲୋମିଟର ଲମ୍ବ ଓ ୯ଫୁଟ ଚଉଡା ର ଜାତୀୟ ପତାକା କୁ ଧରି ଛାତ୍ର ଛାତ୍ରୀ, ବରଗଡ଼ ଜିଲ୍ଲାର ୨୫ରୁ ଅଧିକ ଅନୁଷ୍ଠାନ ର କର୍ମକର୍ତ୍ତା, ସ୍ବେଚ୍ଛାସେବୀ, ବରିଷ୍ଠ ନାଗରିକ, ମହିଳା ଏଥିରେ ସାମିଲ ହୋଇଥିଲେ ।
ଏହି ଶୋଭାଯାତ୍ରା ବରଗଡ଼ ଲେଙ୍ଗୁ ମିଶ୍ର ଛକଠାରୁ ଆରମ୍ଭ ହୋଇ ବରାହାଗୋଡା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ସମୁହର ପରିସରରେ ଶେଷ ହୋଇଥିଲା । ଏହାକୁ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଭାଜପା ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ, କଂଗ୍ରେସ ନେତା ପ୍ରଦୀପ କୁମାର ଦେବତା,ନୀପନ ଦାଶ ଏକ ସ°ଗରେ ଶୁଭାରମ୍ଭ କରିଥିଲେ ।
ବିକାଶ ଶିକ୍ଷାନୁଷ୍ଠାନ ସମୁହର ଅଧକ୍ଷ ଡି ମୁରଲିକ୍ରିଷ୍ଣା ଏହାକୁ ପରିଚାଳନା କରିଥିଲେ । ନିର୍ଦ୍ଦେଶକ ଡି ନାଗେଶ୍ଵର ରାଓ,ଜି ଭାସ୍କର ରାଓ,ଶ୍ରୀନୀବସ ପ୍ରମୁଖ ଉପସ୍ଥିତ ଥିଲେ । ବିକାଶ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଶୋଭାଯାତ୍ରା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।
No Result
View All Result