• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କଟକ ଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

Proprietor Abhimanyu Maharana by Proprietor Abhimanyu Maharana
August 9, 2022
in Uncategorized
0
କଟକ ଠାରେ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ର ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
Share on FacebookShare on TwitterWhatsapp

ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି – ଅମିତ ଶାହ

‘ପ୍ରଜାତନ୍ତ୍ର’ ଓଡ଼ିଆ ଜନଜୀବନ ଓ ଜନ ଆକାଂକ୍ଷାର ସଠିକ୍ ଦର୍ପଣ – ଧର୍ମେନ୍ଦ୍ର ପ୍ରଧାନ

• ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଲିଙ୍ଗରାଜ ମନ୍ଦିର ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ
• ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କଲେ
• ପ୍ରଜାତନ୍ତ୍ର ସମାରୋହରେ ଶାହଙ୍କ ଉପସ୍ଥିତି ଓଡ଼ିଶାକୁ ନୂଆ ପରିଚୟ ଦେଇଛି
• ପ୍ରଜାତନ୍ତ୍ର ଓଡ଼ିଆ ସ୍ୱାଭିମାନ ଓ ଅଭିବ୍ୟକ୍ତିର ନିଚ୍ଛକ ପ୍ରତୀକ
• ଦେଶକୁ ଏକତ୍ରୀକରଣ କରିବାରେ ପଟେଲ, ମହତାବ ଏବଂ ଶାହଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା
• ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରି ପଟେଲ ଓ ମହତାବଙ୍କ ଅଧା ସ୍ୱପ୍ନକୁ ପୂରଣ କରିଛନ୍ତି ଶାହ
• ଓଡ଼ିଶାକୁ ବିଶ୍ୱର ଅଗ୍ରଣୀ ଅଞ୍ଚଳ କରିବା ପାଇଁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ସୋମବାର ) କଟକ/ଭୁବନେଶ୍ୱର :– ଓଡ଼ିଶାରେ ଏବେ ଅଚ୍ଛେ ଦିନ୍ ଆସିଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି ସୋମବାର କଟକ ଇନଡ଼ୋର ଷ୍ଟାଡ଼ିୟମ ଠାରେ ଡ.ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ‘ପ୍ରଜାତନ୍ତ୍ର ଅମୃତ ଉତ୍ସବ’ ରେ କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହ ଯୋଗ ଦେଇ କହିଛନ୍ତି ।
ଉଦଘାଟକ ଭାବେ ଯୋଗ ଦେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ ଉତ୍କଳ ଭୂମିରେ ପାଦ ରଖିଲେ ମନରେ ଭକ୍ତିଭାବ ଆସେ । ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଗୁଜୁରାଟର ଅହମ୍ମଦବାଦରେ ଜଗନ୍ନାଥ ଅଛନ୍ତି ଓ ପୁରୀରେ ବି ଜଗନ୍ନାଥ ଅଛନ୍ତି । ମହାପ୍ରଭୁ ଜଗନ୍ନାଥ ହିଁ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଭକ୍ତି ଓ ସଂସ୍କୃତିରେ ଯୋଡ଼ି ରଖିଛନ୍ତି ।

ସେ କହିଛନ୍ତି ଯେ ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୟାସ କରାଯାଉଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି । ଓଡ଼ିଶାର ଅଚ୍ଛେ ଦିନର କାରଣ ଆଜି ଓଡ଼ିଶାର ଗରିବ ପରିବାରରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ମହାମହିମ ହୋଇଛନ୍ତି । ଏହା ସାରା ଦେଶର ଆଦିବାସୀମାନଙ୍କ ଲାଗି ଗର୍ବ ଓ ଗୌରବର ବିଷୟ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ, ବିଶେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀମଣ୍ଡଳିରେ ସାମିଲ ଅଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ୱ ମିଳିଛି, ତାହା ସ୍ୱାଧୀନତା ପରେ କେବେ ବି ମିଳି ନାହିଁ ।

ଉତ୍କଳ କେଶରୀ ମହାତାବ ସ୍ୱାଧୀନତା ପୂର୍ବରୁ ଓ ପରେ ଦେଶ ପାଇଁ ଲଢ଼େଇ କରିଥିଲେ । ଉତ୍କଳ ପ୍ରଜାଙ୍କୁ ସର୍ବଦା ନିଜ କାମ ଦ୍ୱାରା ସେ ଗୌରବାନ୍ୱିତ କରିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ରାଜ୍ୟର ବିଭିନ୍ନ ଜନ ଆନ୍ଦୋଳନରେ ସ୍ୱର ଦେବାର କାମ କରିଛି ବୋଲି ଶ୍ରୀ ଶାହ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି ଯେ ଜଣେ ଓଡ଼ିଆ ଭାବେ ମୁଁ ଚିନ୍ତା କରେ ‘ପ୍ରଜାତନ୍ତ୍ର’ କେବଳ ସଠିକ୍ ରାଜନୈତିକ ଉଦ୍ଦେଶ୍ୟର ପ୍ରବର୍ତ୍ତକ କିମ୍ବା ମାର୍ଗଦର୍ଶକ ନ ଥିଲା ବରଂ ଓଡ଼ିଆ ଜନ ଆକାଂକ୍ଷା, ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ତଥା ଓଡ଼ିଆ ଜନଜୀବନର ସଠିକ୍ ଦର୍ପଣ ଥିଲା । ଏଥିପାଇଁ ପ୍ରଜାତନ୍ତ୍ରକୁ ନେଇ ମୁଁ ମନ ଭିତରେ ଶ୍ରଦ୍ଧା କରେ । ଏହି ଅନୁଷ୍ଠାନ ଓଡ଼ିଆ ସ୍ୱାଭିମାନ ଓ ଅଭିବ୍ୟକ୍ତିର ନିଚ୍ଛକ ପ୍ରତୀକ ।

ଶ୍ରୀ ପ୍ରଧାନ ସ୍ୱର୍ଗତ ଡ. ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପ୍ରଜାତନ୍ତ୍ର ଓ ଓଡ଼ିଆ ବୌଦ୍ଧିକ ସମ୍ପଦକୁ ନସ୍ତମସ୍ତକ ହୋଇ ପ୍ରଣାମ ଜଣାଇଛନ୍ତି । ସ୍ୱାଧୀନତା ପୂର୍ବ ଓଡ଼ିଶାର ଲଢେଇ ଓ ସ୍ୱାଧୀନତା ପରର ଓଡ଼ିଶାର ଦୃଷ୍ଟି, ଏ ସବୁ ବିଷୟକୁ ‘ପ୍ରଜାତ’ନ୍ତ୍ର ଓ ଡ଼. ମହତାବଙ୍କୁ ଛାଡ଼ି କଳ୍ପନା କରିବା ଅସମ୍ଭବ । ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ ଦେଶକୁ ଏକତ୍ରୀକରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ମୁଁ ଓଡ଼ିଶାର ଗଡ଼ଜାତ ଅଞ୍ଚଳର ଅଧିବାସୀ । ସେ ସମୟର ପୀଡ଼ା ଓ ବେଦନାକୁ ମୁଁ ଏବେ ଅନୁଭବ କରିପାରୁଛି । ପଟେଲ ଭାରତରେ ଥିବା ଗଡ଼ଜାତ ଅଞ୍ଚଳ ଓ ସ୍ୱାଧୀନ ରାଜ୍ୟକୁ ଦେଶ ସହ ମିଶାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ସେହିପରି ଡ଼.ମହତାବ ଗଡ଼ଜାତ ରାଜ୍ୟ ଗୁଡ଼ିକର ଓଡ଼ିଶା ସହ ମିଶ୍ରଣରେ ନୀଳଗିରିକୁ ପ୍ରଥମେ ସାମିଲ କରାଇଥିଲେ । ପରେ ଶାହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହଯୋଗରେ ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ କରି ପଟେଲ ଓ ମହତାବଙ୍କ ଅଧା ସ୍ୱପ୍ନକୁ ପୂରଣ କରିଛନ୍ତି ।

ଏହା ଗୌରବର ବିଷୟ ଯେ ମହତାବ ଆମେରିକାର ପ୍ରିନ୍ସଟୋନ ବିଶ୍ୱବିଦ୍ୟାଳୟରେ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ସାମ୍ନାରେ ଭାଷଣ ପ୍ରଦାନ କରିଥିଲେ ।
ଆଗାମୀ 25 ବର୍ଷ ପରେ ଦେଶ ସ୍ୱାଧୀନତାର ଏବଂ ‘ପ୍ରଜାତନ୍ତ୍ର’ ନିଜ ପ୍ରତିଷ୍ଠାର ଶତବାର୍ଷିକୀ ପୂରଣ କରିବ । ପ୍ରଧାନମନ୍ତ୍ରୀ ମୋଦି ସଠିକ ଭାବେ ଏହାକୁ ଅମୃତ କାଳ କହିଛନ୍ତି । ଏହି ସମୟରେ ଆମର ପୂର୍ବଜ ସମୂହ ଯଥା ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ କେଶରୀ ମହତାବ,ବୀର ବକ୍ସି ଜଗବନ୍ଧୁ, ଶହୀଦ ଲକ୍ଷ୍ମଣ ନାୟକ, ସୁରେନ୍ଦ୍ର ସାଏ ଓଡ଼ିଶାକୁ ଚରମ ବୈଭବକୁ ନେବା ପାଇଁ ସ୍ୱପ୍ନ ଦେଖିଥିଲେ । ଏହି ଅମୃତ କାଳରେ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଓଡ଼ିଆ ଲୋକମାନେ ସଂକଳ୍ପ କରିବା ଯେ ଓଡ଼ିଶାକୁ କେବଳ ଭାରତବର୍ଷର ନୁହେଁ ବରଂ ବିଶ୍ୱର ଏକ ଅଗ୍ରଣୀ ଅଞ୍ଚଳ ଭାବରେ ତିଆରି କରିବା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଯେତେବେଳେ ଦେଶ ସ୍ୱାଧୀନତାର 75 ବର୍ଷ ଯାତ୍ରା ଅବସରରେ ଆମେ ଅମୃତ ମହୋତ୍ସବ ପାଳନ କରଅଛେ । ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯିବାର ପ୍ରସ୍ତୁତି ସହ ଦେଶରେ ନବ ଜାଗରରଣ ଜାଗ୍ରତ ସୃଷ୍ଟି କରିବାର ସାମାଜିକ ପ୍ରଚେଷ୍ଟା କରାଯାଉଛି । ସେଭଳି ଏକ ମୁହୂର୍ତ୍ତରେ ଓଡ଼ିଆଙ୍କର ଅନ୍ୟତମ ପରିଚୟ ‘ପ୍ରଜାତନ୍ତ୍ର’ 75 ବର୍ଷରେ ପର୍ଦାପଣ କରିବା ଏକ ସୁଖଦ ସଂଯୋଗ । ବିଶେଷ ଭାବରେ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତି ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ପ୍ରଜାତନ୍ତ୍ରର ସମ୍ପାଦକ ତଥା ସାଂସଦ ଡ଼. ଭର୍ତ୍ତୃହରି ମହତାବ, ବିଶିଷ୍ଟ ସାହିତ୍ୟିକା ପଦ୍ମଭୂଷଣ ଶ୍ରୀମତୀ ପ୍ରତିଭା ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଦୈନିକ ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଗୃହ ମନ୍ତ୍ରୀ ଶ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି କରିଥିଲେ । କଟକ ଗସ୍ତ କାଳରେ ଶ୍ରୀ ଶାହଙ୍କୁ କଟକର ନିଶାମଣୀ ମଣ୍ଡପ ସମେତ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

March 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

Over 1 Lakh Citizens Witness the Historic “Nyaya Sanhita” Exhibition as Bhubaneswar Becomes the Epicentre of India’s New Justice Era

March 12, 2026
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version