ମେଢା ଵଗାମ୍ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗ ଦେଇ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କ ଭିତରେ ଚାରା ଲଗାଇବାରେ ବହୁତ ଉତ୍ସୁକତା ଦେଖିବାକୁ ମିଳିଥିଲା ଓ ସାମୁହିକ ସପଥ ନେଇଥିଲେ ଯେ ଗଛଟି ସମ୍ପୁର୍ଣ୍ଣ ଭାବେ ବଢିବା ପର୍ଯ୍ୟନ୍ତ ସେମାନେ ଏହାର ବ୍ୟାପକ ଯତ୍ନ ନେବେ ।
ପ୍ରିନ୍ସପାଲ ଶ୍ରୀ ଅବିନାଶ ସାହୁ ଏହି ପରିପ୍ରେକ୍ଷୀରେ କହିଛନ୍ତି ଯେ ଗଛଟିଏ ପିଲାଟିଏ । ବୃକ୍ଷ ଆମର ଜୀବନ । ବୃକ୍ଷ ଆମର ରକ୍ଷା କଵଚ ।ଏହା ଆମକୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଇ ଦେବା ସହ ଆମକୁ ଅମ୍ଳଜାନ ଦେଇଥାଏ । ଏହା ସୁସ୍ଥ ପରିବେଶ ସହ ସୁସ୍ଥ ମନ ଗଢ଼ିବା ରେ ସହାୟକ ହୋଇଥାଏ ।
(ମାଲକାନଗିରି ରୁ ସ୍ବତନ୍ତ୍ର ଜିଲ୍ଲା ପ୍ରତିନିଧି ଏନ୍ ରବିଙ୍କ ରିପୋର୍ଟ) © 2023 Odisha Taza News.