ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ମଙ୍ଗଳବାର ) କଳାହାଣ୍ଡି :- ଗତ ୨୦୨୧ ଖରିଫ୍ ଋତୁରେ ନର୍ଲା ବ୍ଳକ ଅଞ୍ଚଳରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ଚାଷୀ ନିଅଣ୍ଟିଆ ବର୍ଷାକୁ ନେଇ ଫସଲ ବୀମା ସହାୟତା ରାଶି ପାଇଁ ବ୍ୟାଙ୍କ୍ ଓ ଜନସେବା କେନ୍ଦ୍ର ଗୁଡ଼ିକରେ ବୀମା ବାବଦରେ ପ୍ରିମିୟମ ଦାଖଲ କରିଥିଲେ । ସେହିପରି ନର୍ଲା ବ୍ଳକ ଅନ୍ତର୍ଗତ ସାଲିଙ୍ଗ ଗ୍ରାମର ଚାଷୀ ଉପେନ୍ଦ୍ର ସାହୁ ପ୍ରଧାନମନ୍ତ୍ରୀ ଫସଲ ବୀମା ପାଇଁ ରୁପ୍ରା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରେ ନିଜ ଏକାଉଣ୍ଟ୍ ନଂ ୩୯୨୩୧୭୨୫୪୦୪ରେ ପ୍ରିମିୟମ ରାଶି ବାବଦରେ ଗତ ୨୯/୭/୨୦୨୧ ରେ ୧୪୦୬ ଟଙ୍କା କଟିଥିଲା ।
ବର୍ତମାନ ମରୁଡି ସହାୟତା ରାଶି ଟଙ୍କା ଉଠାଇବା ପାଇଁ ଉପେନ୍ଦ୍ର ରୁପ୍ରା ବ୍ୟାଙ୍କକୁ ଗଲା ପରେ ତାଙ୍କ ପାସବୁକ ନମ୍ବରରେ ବୀମା ସହାୟତା ରାଶି ବାବଦରେ ଶାଖା ପରିଚାଳକଙ୍କୁ ପଚାରି ବୁଝିଥିଲେ । ଶାଖା ପରିଚାଳକ ତୁମ ଖାତାରେ ବୀମା ଟଙ୍କା ଜମା ହୋଇ ନ ଥିବା ଦର୍ଶାଇବା ପରେ ଚାଷୀ ଜଣକ କୃଷି ବୀମା କମ୍ପାନୀ ସହ ଯୋଗାଯୋଗ କରି ଥିଲେ।
କୃଷି ବୀମା କମ୍ପାନୀ, ଭୁବନେଶ୍ୱର ତରଫରୁ ଆଞ୍ଚଳିକ ମୁଖ୍ୟ ଶାଖା ପ୍ରବନ୍ଧକ ଅନୁପମ ଦାସ ଗତ ୨୧/୬/୨୦୨୨ ରିଖ ଦିନ ଉପେନ୍ଦ୍ର ସାହୁଙ୍କୁ ଚିଠି ମାଧ୍ୟମରେ ଜଣାଇ ଥିଲେ ଯେ ରୁପ୍ରା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ତାଙ୍କ ନାମରେ କୈାଣସି କୃଷି ବୀମା ପ୍ରିମିୟମ ରାଶି ଜମା କରାଯାଇ ନ ଥିଲା । ତେଣୁ ବୀମା ସହାୟତା ରାଶି ତାଙ୍କୁ ପ୍ରଦାନ କରାଯାଇ ନାହିଁ । ଏ ସମ୍ପର୍କରେ ରୁପ୍ରା ଶାଖା ପରିଚାଳକଙ୍କୁ ପଚାରିବାରୁ ମୁଁ ଆରବିଓ ଅଧିକାରୀଙ୍କୁ ଘଟଣା ସଂପର୍କରେ ଜଣାଇ ଦେଇଛି । ଏ ବାବଦରେ ତଦନ୍ତ ଆରମ୍ଭ ହେଲେ ଜଣା ପଡ଼ିବ ବୋଲି କହିଛନ୍ତି । ଅନ୍ୟ ପଟେ ଚାଷୀ ଜଣକ ସହାୟତା ରାଶି ନ ପାଇ ମାନସିକ ସ୍ଵାସ୍ଥ୍ୟ ହରାଇ ନିରାଶ ହୋଇଥିବା ଜଣାଯାଏ ।