ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ମଙ୍ଗଳବାର ) ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ପଡିଆ ସଦର ମହକୁମା ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୁଲ୍ୟରେ ବ୍ଲକ ସ୍ତରୀୟ ଡେଙ୍ଗୁ ନିରୋଧି ମାସ ପାଳନ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡଃ ଵୁଦ୍ଧିକେଶ୍ବର ମାଝୀଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ମେଡିକାଲ ରୁ ବାହାରି ପ୍ରତ୍ୟେକ ସାହି ଓ ଗଳି ପରିକ୍ରମା କରିଥିଲେ । ସ୍ଥାନୀୟ ବାସିନ୍ଦାଙ୍କୁ ଅବଗତ କରାଇଥିଲେ ।
ଅଳିଆ ଆବର୍ଜ୍ଜନା କୁ ପୋତି ଦେବା ଏବଂ ପାଣି ଜମୁଥିବା ସ୍ଥାନକୁ ନିଷ୍କାସନ କରିବା ପାଇଁ ପରାମର୍ଶ ଦେଇଥିଲେ । ତତ୍ ସଙ୍ଗେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭାଗୃହରେ ଏକ ସଭାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଆଜି ଏହି କାର୍ଯ୍ୟକ୍ରମ ରେ ଏମ୍ ଟିଏସ୍ ପ୍ରଶାନ୍ତ ବୈରାଗୀ, ବି ପି ଏମ୍ ମହାନନ୍ଦ ମିସ୍ତ୍ରୀ, ପି ଏଚ୍ ଇ ଓ ନବୀନ ଚନ୍ଦ୍ର ସମରଥ, ବି ପି ଏମ୍ ମହାନନ୍ଦ ମିସ୍ତ୍ରୀ, ଵିଏଏମ୍ ବିଚିତ୍ର ଦାସ, ଵିଡିଏମ୍ ସୁରଜ୍ କୁମାର ଦେ, ଆଶାଦିଦି, ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷ ରେ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।














