ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ରବିବାର) ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ସମ୍ମିଳନୀ କକ୍ଷ ରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ନିର୍ଦେଶକ ସୁବାଷ ରାୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କେନ୍ଦ ଖାଦ୍ୟ ଯୋଗାଣ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସ୍ୱାଧି ନିରଞ୍ଜନ ଜ୍ୟୋତି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗ୍ରାମ୍ୟ ଉନ୍ନୟନ ,
ଜଳସମ୍ପଦ , ପରିମଳ , ଖାଦ୍ୟ ଯୋଗାଣ , କୃଷି , ଇନ୍ଦିରା ଆବାସ ଯୋଜନା , ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଆଦି ବିକ୍ଷୟ ରେ ଆଲୋଚନା ସହ କେନ୍ଦ୍ର ସରକାର ଉକ୍ତ ଯୋଜନା ର ଉନ୍ନତିକରଣ ନିମନ୍ତେ ପ୍ରଦାନ କରୁଥିବା ଅର୍ଥ କିଭଳି ବିନିଯୋଗ ହୋଇଛି ସେ ନେଇ ସମୀକ୍ଷା କରିଥିଲେ ।
ଜିଲ୍ଲା ର ୮ ଟି ବ୍ଲକ କୁ କେତେ ଅନୁଦାନ କେନ୍ଦ୍ର ରୁ ଆସିଛି ଏବଂ କେଉଁକେଉଁ ପ୍ରକଳ୍ପ ଶେଷ ହୋଇଛି ହିତାଧିକାରୀ ଏହାର ଫାଇଦା ପାଉଛନ୍ତି କି ନାହିଁ ଉକ୍ତ ଯୋଜନା ର କାର୍ଯ୍ୟକାରିତା ସମୟ ରେ କି ସମସ୍ୟା ଉପୁଜୁଛି ସେ ନେଇ ଟିକିନିଖି ସମୀକ୍ଷା କରିଥିଲେ ମନ୍ତ୍ରୀ ମହୋଦୟା ।
ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପୋମା ଟୁଡୁ ସମେତ ପୁର୍ବତନ ମନ୍ତ୍ରୀ ସୁରମା ପାଢୀ , ରାର୍ଷ୍ଟୀୟ ପ୍ରବକ୍ତା ସମ୍ବିତ ପାତ୍ର , ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ଯୋଗ ଦେଇ ସମୀକ୍ଷା ରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ର ୮ ଟି ବ୍ଲକ ର ବିଭିନ୍ନ ବିଭାଗ ର ସମସ୍ତ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

© 2023 Odisha Taza News.