No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର )ବରଗଡ଼ :- ପିରାମଲ ଫାଉଣ୍ଡେସନ ସହଯୋଗ ରେ ବରଗଡ଼ ଜିଲ୍ଲାର ୯୦ ଗୋଟି ୫ଟିରେ ଅନ୍ତର୍ଭୁକ୍ତ ବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କ ଉଚ୍ଚ ଆକା°କ୍ଷା ପରିପୂରଣ ଓ ଅନ୍ତର୍ନିହିତ ପ୍ରତିଭା ର ବିକାଶ କରିବା ପାଇଁ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଜିଲ୍ଲା ର ୧୦ ଟି ସ୍ଥାନ ରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏକ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ବାକୁ ସେ ପ୍ରେରଣା ଯୋଗାଇଥିଲେ ।
୫ଟି ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ସ୍କୁଲର ପ୍ରଧାନ ଶିକ୍ଷକ, ହାଉସ୍ ମେଣ୍ଟର, କ୍ୟାପଟେନ,ଭାଇସ କ୍ୟାପଟେନ ସାମିଲ ହୋଇଥିଲେ । ଜିଲ୍ଲା ର ୧୦ ଟି କେନ୍ଦ୍ର ରେ୧୬୨୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ସେହିପରି ଆଜି ପଦ୍ମପୁର ଉପଖଣ୍ଡର, ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଏକ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଥିଲା । ଉକ୍ତ ଶିବିରରେ ବ୍ଲକରେ ମୋନାନୀତ ୭ଟି ସ୍କୁଲର ୭ଜଣ ପ୍ରଧାନ ଶିକ୍ଷକ, ୨୮ଜଣ ମେଣ୍ଟର ଓ ୨୮ ଜଣ କ୍ୟାପଟେନ ସର୍ବମୋଟ ୬୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।
କାର୍ଯ୍ୟକ୍ରମ କୁ ଚୁଡାମଣି ବାରିକ ସନିୟର ବିଇଓ ପାଇକମାଲ ଓ ଶାଶ୍ୱତ ସୌରଭ ପଣ୍ଡା ପରିଚାଳନା କରିଥିଲେ । ସଭାରେ ରାଜବୋଡାସମ୍ବର ବ୍ଲକର ବିଇଓ ତଥା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରର ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେ, ଆରବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଧର୍ମ କୁମାର ଶତପଥି, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ମାନସ କୁମାର ଶତପଥି ଉପସ୍ଥିତ ଥିଲେ । ପରିଶେଷରେ ଆର୍ବି ହାଇସ୍କୁଲ ଶିକ୍ଷକ ରାଜେଶ କୁମାର ଖମରୀ ଧନ୍ୟବାଦ ଅର୍ପଣ କରିଥିଲେ ।
No Result
View All Result