No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଅମ୍ଭାଭୋନା ତହସିଲ ଅଫିସ ର ବରିଷ୍ଠ ରାଜସ୍ୱ ସହାୟକ ବଲରାମ କଲାରି ଆଜି ଜନୈକ ବ୍ୟକ୍ତି ଙ୍କ ମ୍ୟୁଟେସନ କାମ କରିଦେବ ବାବାଦ ରେ ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନସ୍ ହାତରେ ଧରାପଡିଥିଲେ । ବରିଷ୍ଠ ସହାୟକ ଉକ୍ତ କାମ ପାଇଁ ଅଭିଯୋଗ କାରୀଙ୍କ ଠାରୁ ୫ହଜାର ଟଙ୍କା ଦାବି କରିଥିଲେ ।
ଏସଂପର୍କରେ ଅଭିଯୋଗ କାରୀ ସମ୍ବଲପୁର ଭିଜିଲାନ୍ସ ଏସପି ଙ୍କ ଠାରେ ଅଭିଯୋଗ କରିଥିଲେ । ଏସପି ଙ୍କ ନିର୍ଦ୍ଦେଶନାରେ ବରଗଡ଼ ଡିଏସପି ଙ୍କ ନେତୃତ୍ବରେ ଏକ ଦଳ ଅମ୍ଭାଭୋନା ତହସିଲ ଅଫିସ ରେ ଛକି ରହିଥିଲେ ।
ବରିଷ୍ଠ ସହାୟକ ବଲରାମ କଲାରି ଲାଞ୍ଚ ନେବାବେଳେ ଘଟଣା ସ୍ଥଳରେ ତାଙ୍କୁ ଧରିଥିଲେ । ତାଙ୍କ ଠାରୁ ରାସାୟନିକ ପ୍ରଲେପ ଦିଆ ଟଙ୍କା ଜବତ୍ କରିବା ସହ ତାଙ୍କୁ ଗିରଫ କରିଥିଲେ । ସମ୍ବଲପୁର ଭିଜିଲାନ୍ସ କେଶ ନମ୍ବର ୨୭/୨୮-୭-୨୦୨୨ , ସେକ୍ସନ ୭ପିସିରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।
No Result
View All Result