No Result
View All Result
ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହିପରି ସଫଳତା ଯେପରି ବଜାୟ ରହିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର ) ନୟାଗଡ :- ଆଜି ଅପରାହ୍ନରେ ଜିଲ୍ଲାପାଳ ଡ଼ାଃ. ପୋମା ଟୁଡୁ ନୟାଗଡ ବ୍ଲକ ନୋତର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ଏହି ଆଦର୍ଶ ବିଦ୍ୟାଳୟଟି ଚଳିତ ବର୍ଷ ପରୀକ୍ଷା ରେ ସମଗ୍ର ଓଡ଼ିଶା ରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ ଆନନ୍ଦ ପ୍ରକାଶ କରିଥିଲେ ଏବଂ ପିଲାମାନଙ୍କ ଗ୍ରହଣ ରେ କଛି ସମୟ ଅତିବାହିତ କରିଥିଲେ ।
ଆଗାମୀ ବର୍ଷ ମାନଙ୍କରେ ଯେପରି ପିଲାମାନେ ଆହୁରି ଉନ୍ନତ ପ୍ରଦର୍ଶନ କରିବେ ସେ ସମ୍ପର୍କରେ ସେମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହିପରି ସଫଳତା ଯେପରି ବଜାୟ ରହିବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ଏବଂ ଭବିଷ୍ୟତ ରେ ପିଲାମାନେ ଯେପରି ଜଣେ ଜଣେ ଭଲ ମଣିଷ ହୋଇ ବାହାରିବେ, ସେଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଆପ୍ରାଣ ଉଦ୍ୟମ କରିବା ପାଇଁ ଜିଲ୍ଲାପାଳ ସେମାନଙ୍କୁ ପରାମର୍ଶ ଦେଇଥିଲେ ।

No Result
View All Result