No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର ) ମାଲକାନଗିରି :- କୁଡୁମୁଲୁଗୁମ୍ମା ସ୍ଥିତ ବୃହଦାକାର ସମବାୟ ସମିତି ଲିଃ ପରିସରରେ ନୂତନ ସଭାପତି ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଗୋପୀ ପା°ଗୀ । ସଭାପତିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ ଟିକୁ ପୁରୋହିତ ରମେଶ ଚନ୍ଦ୍ର ରଥ ହୋମ ପୂଜା କରିବା ସହ ମନ୍ତ୍ରପାଠ ଓ ଗଙ୍ଗାଜଳ ସି°ଚନ କରି ସମ୍ପୁର୍ଣ୍ଣ ପରିସରର ସୁଦ୍ଧିକରଣ କରିଥିଲେ । ଏହାପରେ ଲ୍ୟାମ୍ପ ଏମ୍ ଡି ରମେଶ ଚନ୍ଦ୍ର ରାଉତ ଫୁଲତୋଡ଼ା ଓ ଉତ୍ତରୀୟ ପିନ୍ଧାଇ ନୂତନ ସଭାପତି ଗୋପୀ ପାଙ୍ଗି ଓ ନୂତନ ଉପସଭାପତି ଡମୁଣୀ ମାଝୀଙ୍କୁ ସ୍ୱାଗତ କରିବା ସହ ଉଦ୍ଦିଷ୍ଟ ଆସନରେ ବସାଇଥିଲେ ।
ଆଜିର ଏହି ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ, ଖଇରପୁଟ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, କୋରକୋଣ୍ଡା ସା°ସଦ ପ୍ରତିନିଧି ମଦନ ଖୋସଲା, ବିଧାୟକ ପ୍ରତିନିଧି ସାଧୂ ହନ୍ତାଳ, କୁଡୁମୁଲୁଗୁମା ସରପଞ୍ଚ ମଙ୍ଗଳା ମାଢୀ, ସମିତି ସଭ୍ୟା ମୁନୀ ଶଗରୀଆ,ତରଲାକୋଟା ସରପଞ୍ଚ ସୋମନାଥ ବାରସେ, ଜିଲ୍ଲା ସମାଜିକ ସ°ଯୋଜକ ହରିବଂଧୁ ଗୋଲରୀ, ଲ୍ୟାମ୍ପ ସଦସ୍ୟ ନୀଳକଣ୍ଠ,ହେମନ୍ତ କୁମାର ଦାସ, ଭଗବାନ ସାହୁ, ଅର୍ଜୁନ ଓଡି,ହରି ମାଢୀ,ରାମ ଚନ୍ଦ୍ର ମାଢୀ, ସାମାଜିକ କର୍ମୀ ପ୍ରଭାକର ସୁନା, ହୃଷୀକେଶ ସେଠୀ, ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ରହି ନୂତନ ସଭାପତି ଓ ଉପସଭାପତି ଦ୍ୱୟଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିର୍ଷାନୀ କହିଛନ୍ତି ଯେ ସେ କୁଡୁମୁଲୂଗୁମ୍ମା ଲ୍ୟାମ୍ପର ସାମୁହିକ ଉନ୍ନତି ଓ ଏହାର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ପାଇଁ ସମ୍ପୁର୍ଣ୍ଣ ସହଯୋଗ କରିବେ । ପରିଶେଷରେ ନୂତନ ସଭାପତି ଶ୍ରୀ ପାଙ୍ଗି ସ°କଳ୍ପ ନେଇ କହିଥିଲେ ଯେ ଏହି ଅଞ୍ଚଳର ଚାଷୀ ଓ ଚାଷକାର୍ଯ୍ୟର ଉନ୍ନତି ପାଇଁ ପ୍ରାଥମିକତା ଦେବା ସହ, ଜିଲ୍ଲା ସ୍ତରରେ କୁଡୁମୁଲୁଗୁମ୍ମା ଲ୍ୟାମ୍ପକୁ ୧ ନମ୍ବର ଲ୍ୟାମ୍ପ ଭାବେ ଗଢି ତୋଳିବା ପାଇଁ ସମସ୍ତ ସଦସ୍ୟ,ସଦସ୍ୟା ଓ ଚାଷୀ ଭାଇମାନଙ୍କର ସହଯୋଗ କାମନା କରିଥିଲେ ।

No Result
View All Result