• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ରାପଡ଼ା ଠାରେ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
July 29, 2022
in ଓଡ଼ିଶା, କେନ୍ଦ୍ରାପଡା, ବାଣିଜ୍ୟ, ମହାନଗର, ହୋମ୍
0
କେନ୍ଦ୍ରାପଡ଼ା ଠାରେ ୧୦୮ ଆମ୍ବୁଲାନ୍ସ ପକ୍ଷରୁ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଶୁକ୍ରବାର ) କେନ୍ଦ୍ରାପଡ଼ା :-  ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବାକୁ ଲୋକାଭିମୁଖୀ କରିବା ସହ ସେବାକୁ ଆହୁରି ଉନ୍ନତ କରିବା ଉଦ୍ଦେଶ୍ୟରେ ଜିକିତ୍ସା ହେଲଥକେୟାର ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଠାରେ ପ୍ରଥମକରି ଆମ୍ବୁଲାନ୍ସ ସେବା ପାଇଥିବା ଲୋକଙ୍କୁ ନେଇ ଏକ ଫିଡବ୍ୟାକ ବା ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା କିଭଳି ଭାବେ କାର୍ଯ୍ୟ କରୁଛି, ଲୋକମାନେ ଏହି ସେବା ଦ୍ୱାରା କେତେ ସନ୍ତୁଷ୍ଟ ଅଛନ୍ତି ଏବଂ ଏହି ସେବାରେ ଆଉ କେଉଁ ସବୁ ଜିନିଷ ଅନ୍ତର୍ଭୁକ୍ତ କରାଯିବାର ଆବଶ୍ୟକତା ରହିଛି ସେ ସମ୍ପର୍କରେ ଏହାର ଉପଭୋକ୍ତାଙ୍କ ଠାରୁ ସିଧାସଳଖ ମତାମତ ଗ୍ରହଣ କରିବା । ଯାହାଦ୍ୱାରା ଏହି ସେବାକୁ ଆହୁରି ଉନ୍ନତ କରାଯାଇପାରିବ ।

ଜିକିତ୍ସା ହେଲଥକେୟାର ଲିମିଟେଡର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଡାକ୍ତର, ଆଶାକର୍ମୀ, ନର୍ସ ଆଦି ଆଗଧାଡ଼ିର କର୍ମଚାରୀ ଏବଂ ଜନସାଧାରଣଙ୍କ ସହିତ ଏହା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ସ୍ଥାନୀୟ୧୦୮ ଆମ୍ବୁଲାନ୍ସର କ୍ଲଷ୍ଟର ଲିଡର ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ଯୋଗଦେଇ ଜିକିତ୍ସା ହେଲଥକେୟାର ଲିମିଟେଡର ରାଜ୍ୟ ମୁଖ୍ୟ ଶ୍ରୀ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ରାଜ୍ୟରେ ୯ରୁ ଉର୍ଦ୍ଧ୍ୱ ବର୍ଷ ଧରି ଆମେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରିଆସୁଛୁ । ଏହି ସମୟ ମଧ୍ୟରେ ଆମର ସମସ୍ତ କର୍ମଚାରୀମାନେ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧ୍ୟ କାର୍ଯ୍ୟକୁ ବେଶ ସଫଳ ଭାବେ ପରିଚାଳନା କରିଛନ୍ତି । ତେଣୁ ଆଗକୁ ଆମ ପରିଚାଳନା ପଦ୍ଧତିରେ କିଭଳି ଅଧିକ ଉନ୍ନତି କରାଯାଇପାରିବ ସେଥିପାଇଁ ଆମେ କେନ୍ଦ୍ରାପଡ଼ା ଠାରେ ଏହି ଜନସମ୍ପର୍କ କାର୍ଯ୍ୟକ୍ରମର ଆୟୋଜନ କରିଛୁ ।

ଯେଉଁଠାରେ ୧୦୮ ଆମ୍ବୁଲାନ୍ସ ସେବା ପାଇଥିବା ଉପଭୋକ୍ତାମାନେ ଆମ ସେବା ସମ୍ପର୍କରେ ସେମାନଙ୍କର ଅନୁଭୂତି ବାଂଟିବା ସହିତ ସେମାନଙ୍କର ବହୁମୂଲ୍ୟ ମତାମତ ମଧ୍ୟ ପ୍ରଦାନ କରିଛନ୍ତି । ଆମର ଦୃଢ଼ ବିଶ୍ୱାସ ଯେ ଏହି ମତାମତ ଆଧାରରେ ଆମେ ଆଗକୁ ଯାଇ ଆମ ପରିଚାଳନା ପଦ୍ଧତିରେ ଆହୁରି ସୁଧାର ଆଣିପାରିବୁ ।” ବର୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୬୨୪ଟି ୧୦୮ ଆମ୍ବୁଲାନ୍ସ, ୫୦୦ଟି ୧୦୮ ଜନନୀ ଆମ୍ବୁଲାନ୍ସ ଏବଂ ୬ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି । ଏପର୍ଯ୍ୟନ୍ତ ସାରା ରାଜ୍ୟରେ ମୋଟ ୭୫୨୧୦୪୯ ଜଣ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଥିବାବେଳେ ସମୁଦାୟ ୫୦୦୦ ଲୋକ ୧୦୮ ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ଉପକୃତ ହୋଇଛନ୍ତି । ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ତମାନ ସୁଦ୍ଧା ସମୁଦାୟ ୧୮ଟି ୧୦୮ ଆମ୍ବୁଲାନ୍ସ , ୧୫ଟି ୧୦୮ ଜନନୀ ଆମ୍ବୁଲାନ୍ସ ଏବଂ ୨ଟି ବୋଟ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି ।

ଯେବେକି କେନ୍ଦ୍ରାପଡ଼ା ଜିଲ୍ଲାରେ ଏପର୍ଯ୍ୟନ୍ତ ସମୁଦାୟ ୨୫୩୭୧୮ ଲୋକ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି । ତନ୍ମଧ୍ୟରୁ ୧୦୯୦୪୬ ଜଣ ଗର୍ଭବତୀ ଏବଂ ଛୋଟ ଶିଶୁ ସେବା ପାଇଥିବାବେଳେ ୧୪୪୬୭୨ ଜଣ ଅନ୍ୟାନ୍ୟ ରୋଗୀ ସେବା ପାଇଛନ୍ତି । ୨୦୧୯ ମାର୍ଚ୍ଚ ୫ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଥମ ବୋଟ ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଥିଲା । ବର୍ତମାନ ଏଠାରେ ଗୁପ୍ତିଘାଟ ଏବଂ ଉତର ବରକୋଳି ଖଳା ଠାରେ ଉକ୍ତ ଦୁଇଟି ୧୦୮ ବୋଟ ଆମ୍ବୁଲାନ୍ସ କାର୍ଯ୍ୟକାରୀ ହେଉଛି । ଗୁପ୍ତିଘାଟ ଠାରେ ନିୟୋଜିତ ବୋଟ ଆମ୍ବଲାନ୍ସ ଦ୍ୱାରା କେରୁଆପାଳ, କୁଠିଘାଟ, ଗୁମୁରାଘାଟ ଓ ଜୁନୁସ ନଗର ଅଂଚଳର ଲୋକମାନେ ଉପକୃତ ହେଉଛନ୍ତି । ସେହିଭଳି ଉତର ବରକୋଳି ଖଳା ଠାରେ ନିୟୋଜିତ ବୋଟ ଆମ୍ବୁଲାନ୍ସ ଦ୍ୱାରା ନିପାଣିଆ, ଖଇରନାସୀ ଅଂଚଳବାସୀ ଉପକୃତ ହେଉଛନ୍ତି । ଯାହାଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ବୋଟ ଆମ୍ବୁଲାନ୍ସ ସେବା ଦ୍ୱାରା ଏପର୍ଯ୍ୟନ୍ତ ସମୁଦାୟ ୧୨୦୦ ଲୋକ ଉପକୃତ ହେଲେଣି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version