ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ବରଗଡ଼ :- ବିଷାକ୍ତ ସାପ କାମୁଡାରେ ମା ଓ ପୁଅ ମୃତ । ମୃତକ ମାନେ ସୋହେଲା ବ୍ଲକ ଅନ୍ତର୍ଗତ ବାଇପାଲି ନିବାସୀ କ୍ଷିରୋଦ୍ର ପଧାନଙ୍କ ପତ୍ନୀ ସୁନିତା ପଧାନ (୩୬) ଏବଂ ସାତ ବର୍ଷର ପୁତ୍ର ପିୟୁଷ ପଧାନ ବୋଲି ଜଣାପଡିଛି ।
ସୂଚନା ମତେ ଗତ ରାତିରେ ଶୋଇଥିବା ବେଳେ ଉଭୟଙ୍କୁ ବିଭକ୍ତ ସାପ କାମୁଡି ଥିଲା । ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ପରେ ବୁର୍ଲା ବଡ଼ ମେଡ଼ିକାଲକୁ ଚିକିତ୍ସା ପାଇଁ ନିଆଯାଇ ଥିଲା । ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଯାଇଥିଲା ।