ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) କଳାହାଣ୍ଡି :- କୁଲତା ଯୁବ ଶକ୍ତି କଳା ଓ ସଂସ୍କୃତି ସଂଯୋଜିକା ପୂଜା ବେହେରାଙ୍କ ସଂଯୋଜନାରେ ଏକ ଅନଲାଇନ ଭଜନ ସମାରୋହ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ , ଗଜିନ୍ଦ୍ର ପଧାନ, ଶାନ୍ତନୁ ଭୋଇ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ । କୁଲତା ଯୁବ ଶକ୍ତି ଓଡିଶାର ସଭାପତି ଉମେଶ ଚନ୍ଦ୍ର ପଧାନ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ଆଗାମୀ ଦିନରେ କୁଲତା ଯୁବ ଶକ୍ତି ତରଫରୁ କଳା ଓ ସଂସ୍କୃତି ଉପରେ ବିଭିନ୍ନ କାର୍ଯ୍ୟକ୍ରମମାନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରୁବି ନାଏକ,ସେବତୀ ପଧାନ, ଦୀପା ପଧାନ, ଡୋଲାମଣି ପ୍ରଧାନ , ବୁବୁନ ବିଶ୍ବାଳ, ଧିରେନ୍ଦ୍ର ପ୍ରଧାନ, ଉତ୍ତମା ପଧାନ, ହରିଶ୍ଚନ୍ଦ୍ର ନାଏକ, ସଞ୍ଜୁକ୍ତା ସ୍ବାଇଁ ଆଦି ଅଂଶଗ୍ରହଣ କରିଥିଲେ ।
ଯୁବପିଢୀ ମଧ୍ୟରେ ଲୁଚି ରହିଥିବା ଅନ୍ତଃନିହିତ କଳାକୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଲୋଚନକୁ ଅଣାଯାଇପାରିବ ବୋଲି କୁଲତା ଯୁବ ଶକ୍ତିର ଉପଦେଷ୍ଟା ହରେକୃଷ୍ଣ ଭୋଇ ମତବ୍ୟକ୍ତ କରିଥିଲେ । ପ୍ରକାଶ ଥାଉ କି କୁଲତା ଯୁବ ଶକ୍ତି ସଂଗଠନ ପଶ୍ଚିମ ଓଡିଶାରେ ବିଭିନ୍ନ ଜନହିତକର କାର୍ଯ୍ୟରେ ଜଡିତ ରହି ଜନମାନସରେ ଆଦୃତ ହୋଇପାରିଛି । ରକ୍ତଦାନ, ମାଗଣା ଶିକ୍ଷାଦାନ ଓ ଅପହ଼ଞ୍ଚ ଅଞ୍ଚଳରେ ଲୋକେ ସରକାରୀ ସୁବିଧା କିଭଲି ପାଇପାରିବେ ସେ ଦିଗରେ କାର୍ଯ୍ୟକରୁଛି ।