• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭୁବନେଶ୍ୱର କିଟ୍ କ୍ୟାମ୍ପସ ଠାରେ ଭାରତର ସର୍ବବୃହତ୍ ଶିକ୍ଷା ସମ୍ମିଳନୀ ‘ଏଡୁ-ମିଟ୍ ୨୦୨୨” ଆୟୋଜିତ

Proprietor Abhimanyu Maharana by Proprietor Abhimanyu Maharana
July 27, 2022
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ଭୁବନେଶ୍ୱର କିଟ୍ କ୍ୟାମ୍ପସ ଠାରେ ଭାରତର ସର୍ବବୃହତ୍ ଶିକ୍ଷା ସମ୍ମିଳନୀ ‘ଏଡୁ-ମିଟ୍ ୨୦୨୨” ଆୟୋଜିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର)ଭୁବନେଶ୍ୱର :- ରବିବାର ଦିନ ଭୁବନେଶ୍ୱରର କିଟ୍ କ୍ୟାମ୍ପସ୍‌-୭ ଠାରେ ଏକ ପ୍ରଥମ ଧରଣର ଶିକ୍ଷା ସମ୍ମିଳନୀ ‘ଏଡୁ-ମିଟ୍ ୨୦୨୨’ର ପ୍ରଥମ ସଂସ୍କରଣ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀକୁ କୋଲ୍‌କାତାର ବ୍ରିଟିଶ୍ ଡେପୁଟି ହାଇ କମିଶନ, ଡେପୁଟି ହେଡ୍ ଅଫ୍‌ ମିଶନ ୟେମି ଓଡାନ୍ୟେ, ଓଡିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ୍ ପୁଜାରୀ, ପୂର୍ବତନ ଭାରତୀୟ କ୍ରିକେଟର ଓ କ୍ରିକେଟ କମେନ୍‌ଟେଟର୍ ଅରୁଣ ଲାଲ, କିଟ୍ ଇଂଟରନ୍ୟାଶନାଲ ସ୍କୁଲ୍‌ର ଅଧ୍ୟକ୍ଷା ଡଃ ମୋନାଲିସା ବଳ, ଟ୍ରାନ୍ସଜେଣ୍ଡର୍ ରାଇଟ୍‌ସ ଆକ୍ଟିଭିଷ୍ଟ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ନ୍ୟାଶନାଲ କୋ-ଚେୟାର ଆଇଏନ୍‌ଡବ୍ଲ୍ୟୁଇସି ସୁକ୍ରିତି ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଛି । ଜଳବାୟୁ ପରିବର୍ତନ, ସାମାଜିକ ଶିକ୍ଷା ଆବଶ୍ୟକତା, ଲିଙ୍ଗଗତ ଭେଦଭାବ ଓ ଭାରତରେ କ୍ରୀଡାର ଭବିଷ୍ୟତ ଆଦି ଏଡୁ-ମିଟ୍ ୨୦୨୨ର ୪ଟି ମୁଖ୍ୟ ବିନ୍ଦୁ ଥିଲା ।

‘ଆସୋସିଏଶନ ଅଫ୍ ଲିଡର୍ସ ଇନ୍ ଏଜୁକେଶନ, ବ୍ରିଟିଶ୍‌ କାଉନ୍ସିଲ୍‌’, ‘ବୋପ୍‌ଟର୍‌’ ଓ ‘ନାସ୍‌କମ୍‌’ ସହ ସହଭାଗିତାରେ କ୍ୟାଣ୍ଡିଡ୍ କମ୍ୟୁନିକେଶନ ଦ୍ୱାରା ଆୟୋଜିତ ଏହି ଶିକ୍ଷା ସମ୍ମିଳନୀ ପୂର୍ବାଂଚଳ ଭାରତର ଏକ ପ୍ରମୁଖ ଶିକ୍ଷା ସମ୍ମିଳନୀ ବୋଲି ଦାବି କରାଯାଇଛି । ଏହି ସମ୍ମିଳନୀକୁ ସହଯୋଗୀ ଭାବେ ପାଥ୍‌ଫାଇଣ୍ଡର ପରିଚାଳନା କରିଥିବା ବେଳେ ବ୍ରଡ୍‌ବ୍ୟାଣ୍ଡ ପାର୍ଟନର ଭାବେ ଆଲିଆନ୍ସ ବ୍ରଡ୍‌ବ୍ୟାଣ୍ଡ, ସପୋର୍ଟିଂ ପାର୍ଟନର୍ ଭାବେ କିଟ୍ ଓ ୱେଲ୍‌ନେସ୍ ପାର୍ଟନର୍ ଭାବେ ସଞ୍ଜିବନ୍ ଆଦି ସାମିଲ ରହିଛନ୍ତି । ଏହି ସମ୍ମିଳନୀ ସମାଜର ବିଭିନ୍ନ ବିକାଶମୂଳକ ବିଚାରଧାରା ଉପରେ ଆଲୋଚନା କରିବା ଓ ତାହାକୁ ସମ୍ବୋଧିତ କରିବା ପାଇଁ ପ୍ରତ୍ୟେକ ପ୍ୟାନେଲରୁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଏକାଠି କରିଛି ।

ପ୍ରଥମ ପ୍ୟାନେଲ ‘ଗ୍ରୀନ୍ କ୍ଲାଇମେଟ୍ ଆଣ୍ଡ ଏଜୁକେଶନ-ଇମ୍ପାକ୍ଟସ୍‌, ପଲିସିଜ୍‌ ଆଣ୍ଡ୍ ଆକ୍ସନ୍‌ସ’ ଜଳବାୟୁ ପରିବର୍ତନ ସମ୍ପର୍କିତ ଚିନ୍ତାଗୁଡିକୁ ଉଠାଇଛନ୍ତି । ଏଥିରେ ଆଦିତ୍ୟ ପୁଣ୍ଡିର୍ (ଡାଇରେକ୍ଟର, ସାଉଥ୍ ଏସିଆ, ଦ କ୍ଲାଇମେଟ୍ ରିୟଲିଟି ଫାଉଣ୍ଡେଶନ), ଚିରଞ୍ଜିତ୍ ଚାଟର୍ଜୀ (ପ୍ରୋଗ୍ରାମ ଡାଇରେକ୍ଟର, ସାଉଥ୍ ଏସିଆନ୍ ଫର୍‌ ଏନ୍‌ଭାୟର୍ଣ୍ଣମେଂଟ୍‌- ସେଫ୍‌) ଓ ସାଇକ୍ରିଷ୍ଣା ମହାନ୍ତି (ସୋଲାର ଇନ୍‌ଫ୍ରାର ମ୍ୟାନେଜିଂ ପାର୍ଟନର୍ ଓ ଇସି ହେଡ୍ ଆଇଏନ୍‌ଡବ୍ଲ୍ୟୁଇସି) ପ୍ରମୁଖ ଯୋଗ ଦେଇଥିଲେ । ଏହାପରେ ଏକ ପ୍ୟାନେଲ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ‘ବାଳିକା ଶିକ୍ଷା, ଲିଙ୍ଗଗତ ସମାନତା ଓ ସ୍ୱତନ୍ତ୍ର ଶିକ୍ଷା’ ଉପରେ ମତ ରଖି ଲିଙ୍ଗଗତ ସମାନତାର ଗୁରୁତ୍ୱ ଓ ସମାବେଶୀ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଛନ୍ତି ।

ଏହି ପ୍ୟାନେଲରେ ଦୀପା ସୁନ୍ଦରା ରାଜନ୍‌ (ଆସିଷ୍ଟାଂଟ୍ ଡାଇରେକ୍ଟର, ସୋସାଇଟି ଇଣ୍ଡିଆ ଇଡିଆଇ ଲିଡ୍‌, ବ୍ରିଟିଶ କାଉନ୍ସିଲ୍‌), ଡଃ ମୋନାଲିସା ବଳ (କିଟ୍ ଇଂଟରନ୍ୟାଶନାଲ ସ୍କୁଲ୍‌ର ଅଧ୍ୟକ୍ଷା), ଲକ୍ଷ୍ମୀ ନାରାୟଣ ତ୍ରିପାଠୀ (ଟ୍ରାନ୍ସଜେଣ୍ଡର ରାଇଟସ୍ ଆକ୍ଟିଭିଷ୍ଟ, ବଲିଉଡ୍ ଅଭିନେତ୍ରୀ), ମେରୀ ବାରୁଆ (ଫାଉଣ୍ଡର ଡାଇରେକ୍ଟର ଆକ୍ସନ ଫର୍ ଅଟିଜିମ୍‌, ନ୍ୟାଶନାଲ ସେଂଟର୍‌ ଫର୍ ଅଟିଜିମ୍‌) ପ୍ରମୁଖ ଉପସ୍ଥିତ ଥିଲେ । ତୃତୀୟ ଅଧିବେଶନ ‘ଚକ୍ ଦେ ଇଣ୍ଡିଆ’ ଭାରତରେ କ୍ରୀଡାର ମୂଳ ପରିଦୃଶ୍ୟ ଓ ଏହାର ଭବିଷ୍ୟତ ଉପରେ ଗୁରୁତ୍ୱ ଦେଇଛନ୍ତି । ଏହି ଅଧିବେଶନରେ ପୂର୍ବତନ ଭାରତୀୟ କ୍ରିକେଟର ଓ କ୍ରିକେଟ୍ କମେଂଟେଟର୍ ଅରୁଣ ଲାଲ୍‌, ପ୍ରଖ୍ୟାତ ଭାରତୀୟ ଫୁଟ୍‌ବଲର୍ ପ୍ରଶାନ୍ତ ବାନର୍ଜୀ ଏବଂ ୱାର୍ଲ୍ଡ କରାଟେ ଫେଡେରେଶନର ରେଫ୍‌ରି ଓ ବିଚାରପତି ହଂସି ପ୍ରେମ୍‌ଜିତ୍ ସେନ୍ ଆଦି ସାମିଲ ରହିଛନ୍ତି ।

୪ର୍ଥ ଅଧିବେଶନ ‘ସ୍କିଲିଙ୍ଗ୍ ଇଣ୍ଡିଆନ୍‌ ୟୁଥ୍‌- ଇସ୍ୟୁଜ୍ ଆଣ୍ଡ ଚ୍ୟାଲେଞ୍ଜେସ୍‌’ ସମ୍ପର୍କିତ ଥିଲା ଯାହା ଜଣେ ବ୍ୟକ୍ତିଙ୍କ ସମ୍ଭାବ୍ୟ କ୍ୟାରିୟରକୁ ଚିହ୍ନଟ କରିବା ପାଇଁ ଦକ୍ଷତା-ଭିତିକ କାର୍ଯ୍ୟକ୍ରମଗୁଡିକର ମହତ୍ୱ ଉପରେ ଧ୍ୟାନକେନ୍ଦ୍ରିତ କରିଛି । ଏହି ଅଧିବେଶନରେ ଶ୍ରୀ ଏସ୍‌.ଏମ୍ ଏଜାଜ୍ ଅହମ୍ମଦ (ଡାଇରେକ୍ଟର, ବିଓପିଟି(ଇଆର୍‌) (ଉଚ୍ଚଶିକ୍ଷା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାର), ଡଃ ସଞ୍ଜୟ ସୁଆର୍ (ପ୍ରିନ୍ସିପାଲ କିଟ୍ ଇଂଟର୍‌ନ୍ୟାଶନାଲ ସ୍କୁଲ୍‌) ଆଦି ଯୋଗ ଦେଇଛନ୍ତି । ଏସମ୍ପର୍କରେ କିଟ୍ ଇଂଟର୍‌ନ୍ୟାଶନାଲ ସ୍କୁଲ୍‌ର ଅଧ୍ୟକ୍ଷା ଡଃ ମୋନାଲିସା ବଳ କହିଛନ୍ତି, “ଆଜିର ଦିନ ସମ୍ପୂର୍ଣ୍ଣ ମନମୁଗ୍ଧକାରୀ ଥିଲା ବୋଲି କହିବା ଭୁଲ୍ ହେବ ନାହିଁ । କାର୍ଯ୍ୟକ୍ରମ ସମୟରେ ମୁଁ ଅସାଧାରଣ ଦୃଷ୍ଟିକୋଣର ସମ୍ମୁଖୀନ ହୋଇଛି, କାରଣ ମୁଁ ଜୀବନର ବିଭିନ୍ନ ବର୍ଗର ସମ୍ମାନିତ ବ୍ୟକ୍ତିଙ୍କ ଗହଣରେ ଉପସ୍ଥିତ ଥିଲି ।

ମୁଁ ଆଶା କରୁଛି ଯେ, ଏହି ସମ୍ମିଳନୀ ଆମର ଦର୍ଶକଙ୍କୁ ମଧ୍ୟ ମୋ ଭଳି ଆକର୍ଷିର୍ତ କରିବ । କ୍ୟାଣ୍ଡିଡ୍ କମ୍ୟୁନିକେଶନର ପରିଚାଳନା ବିଭାଗର ନିର୍ଦ୍ଦେଶିକା ସ୍ୱାତୀ ଚକ୍ରବର୍ତୀ କହିଛନ୍ତି, “ଏଡୁ ସମିଟ୍ ୨୦୨୨ଠାରୁ ଆଉ କିଛି ଭଲ ସମୟ ଓ ଅଭିଯାନ ହୋଇପାରିନଥାନ୍ତା, ଯେତେବେଳେ ଛାତ୍ରଛାତ୍ରୀମାନେ ନୂଆ କରି ସ୍କୁଲ୍‌ରୁ ପାସ୍‌ କରିଛନ୍ତି ଏବଂ କଲେଜ୍‌/ ଶିକ୍ଷାନୁଷ୍ଠାନଗୁଡିକ ରୂପରେ ସର୍ବୋତମ ପ୍ଲାଟ୍‌ଫର୍ମ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ଯାହା ସେମାନଙ୍କୂ ସଫଳତାର ଶିଖରରେ ପହଂଚିବାରେ ସାହାଯ୍ୟ କରିବ । ଆମେ ସେମାନଙ୍କୁ ନିଜର ଆକାଂକ୍ଷିତ ଗନ୍ତବ୍ୟସ୍ଥଳୀ ଦିଗରେ ମାର୍ଗଦର୍ଶନ ପ୍ରଦାନ କରିବା ପାଇଁ ଏଭଳି ଏକ ପ୍ଲାଟ୍‌ଫର୍ମ ଆଣିଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026
ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

ସୁର୍କାବାଡି କାସନ୍ଦା ଓ ଦର୍ପନାରାୟଣପୁର ପଞ୍ଚାୟତରେ ବଢୁଛି ଚୋରା ଦେଶୀ ରନ୍ଧା ମଦ କାରବାର – ହାତ ବାନ୍ଧି ବସିଛି ଅବକାରୀ ବିଭାଗ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version