ଗଜପତି ଜିଲ୍ଲା ମୋହନା ବ୍ଲକ ଝରଣପୁର ଗାଁ ଗାଜେଲ ନାଳର ଦୃଶ୍ୟ ବିପଦ ସଂକୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ର ଛାତ୍ରୀ

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର)ପାରଳାଖେମୁଣ୍ଡି :- ରାଜ୍ୟ ସରକାର ବିଭିନ୍ନ ସମୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକ ର ଉନ୍ନତି ଆଣିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରୁଛନ୍ତିି। ହେଲେ ଏମିତି କିଛି ଜାଗା ମୋହନା ବ୍ଲକରେ ରହିଅଛି ଯାହାକି ତିନୋଟି ପଂଚାୟତର ୨୦ ଖଣ୍ଡ ଗ୍ରାମବାସୀ ବିପଦ ସଂକୁଳ ଅବସ୍ଥାରେ ନାଳ ପାର ହୋଇ ସ୍କୁଲ ଯାଉଛନ୍ତି କୁନି କୁନି ଛାତ୍ର ଛାତ୍ରୀ ଓ ଜନ ସାଧାରଣ। ଏ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଝରଣପୁର ଗାଁ ନିକଟରେ ଥିବା ଗାଜେଲ ନାଳର ଦୃଶ୍ୟ । ଚୁଢଙ୍ଗପୁର ପଞ୍ଚାୟତ ଶିଆଳିଲଟି, ଝରଣପୁର ଠାରୁ ରାଇପଙ୍କାକୁ ସଂଲଗ୍ନ କରୁଥିବା ଏହି ନାଳ ରାସ୍ତା ଦେଇ ୨୦ରୁ ଉର୍ଦ୍ଧ୍ବ ଗାଁର ହଜାର ହଜାର ଲୋକ ନିର୍ଭରଶୀଳ ।

ପୋଲ ନ ଥିବାରୁ ସ୍କୁଲ, ହାଟ, ବଜାର, ମେଡ଼ିକାଲ ସମେତ ସମସ୍ତ ସରକାରୀ କାମରେ ଲୋକେ ଯାତାୟତ ପାଇଁ ନାହି ନ ଥିବା ହଇରାଣ ହେଉଛନ୍ତି ।ହେଲେ ଏହି ନାଳ ଉପରେ ପୋଲ ନିର୍ମାଣ ଅଧପନ୍ତରିଆ ହୋଇ ପଡ଼ି ରହିଛି । ଯାହାକି ଉକ୍ତ ନାଳ ନିକଟରୁ ରାଇପଙ୍କା ଗ୍ରାମ ମାତ୍ର ୮କିମି ଏବଂ ରାୟଗଡ଼ା ଜିଲ୍ଲାର ପଦ୍ମପୁର ମୂଖ୍ୟ ବଜାର ୧୪କିମି । ଭଲ ରାସ୍ତା ଖଣ୍ଡେ ନାହିଁ କିନ୍ତୁ ମାଟି ରାସ୍ତା ହେଇଥିଲେ ମଧ୍ଯ ତିନୋଟି ନାଳ ଦେଇ ଯାତାୟାତ କରନ୍ତି ଅନେକ ଗ୍ରାମର ଲୋକେ । ଅନ୍ୟ ଜିଲ୍ଲାର ବ୍ଯବସାୟୀମାନେ ବର୍ଷା ଦିନେ ଏଭଳି ରାସ୍ତା ଓ ପୋଲ ନଥିବାରୁ ଲୋକେ ଭରା ନାଳ ବହୁ କଷ୍ଟରେ ପାର ହେଉଥିବା ଦେଖା ଦେଇଛି।

ଖାଲି ସେତିକି ନୁହେଁ ଜରୁରୀକାଳୀନ ଚିକିତ୍ସା ପାଇଁ ରୋଗୀଙ୍କୁ ଚୁଡଙ୍ଗପୂର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ମୋହନା ମେଡିକାଲକୁ ଆଣିବାକୁ ହେଲେ ଦୋଳା କରି ବୋହି ଆଣନ୍ତି ଗ୍ରାମବାସୀ । ଏଭଳି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ, ଗର୍ଭବତୀ ମହିଳା,ବରିଷ୍ଠ ନାଗରିକ ଓ ଛାତ୍ର ଛାତ୍ରୀ। ତେଣୁ ତୁରନ୍ତ ଏହି ପୋଲ ନିର୍ମାଣ କାମ କରିବା ସହ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି। ଏହି ବିଷୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ତୁରନ୍ତ ବ୍ଲକ୍ ପ୍ରଶାସନକୁ କହି ପୋଲର ଉଭୟ ପଟ ରାସ୍ତା କାମ କରାଯିବ ଏବଂ ବିଶେଷ କରି ମୋହନା ବ୍ଲକର ବିଭିନ୍ନ ପଂଚାୟତର ଉନ୍ନତି କରଣ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି।