ଉକ୍ତ ଶିବିର ରେ ଖୋରଖପାଲ୍ଲୀ ଏମ୍ ଭି-୯୫, କୁଞ୍ଚାନପାଲ୍ଲୀ, କାଲଦାପାଲ୍ଲୀ ସ୍ବାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ର ଅନ୍ତର୍ଗତ ପଡିଆ ସରପଞ୍ଚ ଗଙ୍ଗା କାରାମ, କାଲଦାପାଲ୍ଲୀ ସରପଞ୍ଚ ସରିତା କୁଞ୍ଜାମି, ଶିମିଲିଵାଞ୍ଚା ସରପଞ୍ଚ ସିଙ୍ଗା ମାଡକାମି ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସି ଏଚ୍ ଓ , ମହିଳା ସ୍ବାସ୍ଥ୍ୟକର୍ମୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ, ୱ।ଡ଼ ମେମ୍ବର, ସ୍କୁଲ ଶିକ୍ଷକ ମାନେ ତାଲିମ ଶିବିରରେ ଅଂଶଗ୍ରହଣ କରିଥିଲେ ।
ଏହି ତାଲିମର ମୃଖ୍ୟ ଉଦ୍ଧେଶ୍ୟ ଜନ ଆରୋଗ୍ୟ ସମିତିର ବାର୍ଷିକ ଯୋଜନା, ଖୋଲାପାଣ୍ଠିର ବିନିଯୋଗ ବିଷୟରେ ଏବଂ ଏହା କିପରି ସଫଳ ରୂପାୟନ ଓ କାର୍ଯ୍ୟକାରିତା, ସୁସ୍ଥ ଓ ନିରୋଗ ସମାଜ ଗଠନ ଗଢ଼ିବା ନିମନ୍ତେ ଦୃଢ଼ ସଂକଳ୍ପବଦ୍ଧ ହେବା । ଏହି ଶିବିରକୁ ପି ଏଚ୍ ଇ ଓ ନବୀନ ସମରଥ, ବି ପି ଏମ୍ ମହାନନ୍ଦ ମିସ୍ତ୍ରୀ, ଆୟୁଷ ଏମ୍ଓ ଧ୍ରୁବାଷିସ ବେହେରା ପ୍ରଶିକ୍ଷଣ ଦେବା ସହ ବିଜୟ କୁମାର ନାୟକ ସହଯୋଗ କରିଥିଲେ ।
© 2023 Odisha Taza News.