ଅଫଲାଇନ୍ ପରୀକ୍ଷା କୁ ବିରୋଧ କରି ତାଲା ବନ୍ଦ କଲେ ଛାତ୍ର ଛାତ୍ରୀ : ବଢୁଛି କରୋନା, ହେଉଛି ଅଫଲାଇନ୍ ପରୀକ୍ଷା

ଶ୍ରୀ ସଦାଶିବ ପରିସରରେ ତାଲା ବନ୍ଦ …ଫଲାଇନ୍ ପରୀକ୍ଷା କୁ ବିରୋଧ ଅଫଲାଇନ୍ ପରୀକ୍ଷା କୁ ଅନଲାଇନ୍ କରାଇବା ପାଇଁ ଛାତ୍ର ଛାତ୍ରୀ ନିଜ ଜିଦ୍ ରେ ଅଟଳ .

ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର) ପୁରୀ :- କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ ପକ୍ଷରୁ ସମସ୍ତ ପରିସର ରେ ଚଳିତ ବର୍ଷ ଅଫଲାଇନ୍ ପରୀକ୍ଷା କରିବାକୁ ନିର୍ଦ୍ଦେଶ ନାମା ଜାରି କରିଥିବା ବେଳେ କରୋନା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ଅସନ୍ତୋଷ ତୀବ୍ର ହେଉଥିବା ଦେଖିବାକୁ ମିଳିଛି । ସାରା ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପୁରୀ ଜିଲ୍ଲା ରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ଶ୍ରୀ ସଦାଶିବ ପରିସରରେ ଛାତ୍ର ଛାତ୍ରୀ ଙ୍କୁ କରୋନା ହୋଇଥିବା ବେଳେ ଅଫଲାଇନ୍ ପରୀକ୍ଷା କୁ ବିରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ବିଦ୍ୟାର୍ଥୀ ।

ତେବେ ପୁରୀ ସଦାଶିବ ପରିସରରେ ଆଜି ଏହାକୁ ବିରୋଧ କରି କଲେଜ ର ମୂଖ୍ୟ ଫାଟ ରେ ତାଲା ପକାଇଥିବା ବେଳେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନେ ଧାରଣା ରେ ବସିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି । ତେବେ କରୋନା କୁ ଦୃଷ୍ଟିରେ ରଖି ଛାତ୍ର ଛାତ୍ରୀ ମାନେ କଲେଜ ସମ୍ମୁଖ ରେ ଧାରଣା ଦେଇଥିବା ବେଳେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଯୋଗୁଁ ଛାତ୍ର ଛାତ୍ରୀ ଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଇ ଅନଲାଇନ୍ ମାଧ୍ୟମରେ ପରୀକ୍ଷା କରିବାକୁ ଦାବି ରଖିଛନ୍ତି ।

ଏବଂ ଅନଲାଇନ୍ ପରୀକ୍ଷା କରାଇବା ପାଇଁ କଲେଜ ଡାଇରେକ୍ଟର ତଥା କୁଳପତି ଶ୍ରୀ ଖଗେଶ୍ବର ମିଶ୍ର ଙ୍କୁ ଏକ ଦରଖାସ୍ତ ପ୍ରଦାନ କରିଥିବା ଜଣା ପଡିଛି । ଏହି ପ୍ରସଙ୍ଗରେ ଡାଇରେକ୍ଟର ଓ ଅଭିଜ୍ଞ ଶିକ୍ଷକ ମାନେ ଆସି ଧାରଣା ରେ ବସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇବାକୁ ପ୍ରୟାସ କରିଥିଲେ ହେଁ ଛାତ୍ର ଛାତ୍ରୀ ମାନେ ନିଜ ଜିଦ୍ ରେ ଅଟଳ ଥିବା ଜଣା ପଡ଼ିଛି ।

ଛାତ୍ର ଛାତ୍ରୀ ଙ୍କୁ କରୋନା ସଂକ୍ରମଣ ହୋଇଥିବା ବେଳେ ଅଫ୍ ଲାଇନ୍ ପରୀକ୍ଷା ଛାତ୍ର ଛାତ୍ରୀ ଙ୍କ ପାଇଁ ବିପଦ ସଙ୍କୁଳ ବୋଲି ପ୍ରତିକ୍ରିୟା ରଖିଛନ୍ତି ଛାତ୍ର ଛାତ୍ରୀ