No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ରବିବାର) ମାଲକାନଗିରି :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝି ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ମୋଟୁ ଅଞ୍ଚଳ ଗସ୍ତ କରିଛନ୍ତି । ଗତ କିଛି ଦିନ ତଳେ ଲଗାଣ ବର୍ଷା ଯୋଗୁଁ ମୋଟୁ ଅଞ୍ଚଳରେ ବନ୍ୟା ହୋଇଥିବା ବେଳେ ଉକ୍ତ ଅଞ୍ଚଳରେ ଲୋକଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏ ଅବସରରେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନଙ୍କ ସହ ବନ୍ୟା କ୍ଷତିଗସ୍ତଙ୍କୁ କି କି ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଇଛି ସେ ନେଇ ଆଲୋଚନା କରିବା ସହ କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି ।
ତାଙ୍କର ଏହି ଗସ୍ତ ସମୟରେ ଗଣମାଧ୍ୟମକୁ ସୂଚନା ଦେଇ ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ସ୍ଥିତି ଉପୁଜି ଥିବା ବେଳେ ଏ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝି ପ୍ରକାଶ କରିଛନ୍ତି । ଏହା ସହ ସାଂସଦଙ୍କ ପକ୍ଷରୁ ବନ୍ୟା ପୀଡିତଙ୍କୁ ଶୁଖା ଖାଦ୍ୟ ମଧ୍ୟ ପ୍ରଦାନ କରାଯାଇଛି । ତେବେ ବର୍ତ୍ତମାନ ମଧ୍ୟ ମୋଟୁ ତହସିଲ ଅନ୍ତର୍ଗତ ବିନାୟକପୁରରେ ବର୍ତ୍ତମାନ ମଧ୍ୟ ଜଳ ସ୍ତର କମି ନଥିବା ବେଳେ କିଛି ଘର ଜଳ ଘେରରେ ଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଆନ୍ଧ୍ରର କାଲେରରେ ମଧ୍ୟ ଜଳ ସ୍ତର ବଢିବା ଯୋଗୁଁ ମୋଟୁରୁ ଆନ୍ଧ୍ରକୁ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ସେଠାକୁ ମଧ୍ୟ ସାଂସଦ ଗସ୍ତ କରି ବନ୍ୟା ପୀଡିତଙ୍କୁ ଶୁଖା ଖାଦ୍ୟ ପ୍ରଦାନ କରିଥିଲେ । ସାଂସଦଙ୍କ ଏହି ଗସ୍ତରେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧକ୍ଷ ପତିତ ପାବନ ବୈଦ୍ୟ, ମାଲକାନଗିରି ବିଜୁ ଜନତା ଦଳ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ଜିଲ୍ଲା ସାଧାରଣ ସଂପାଦକ ଗୋପାଳ କୃଷ୍ଣ ପଣ୍ଡା, ମାଲକାନଗିରି ପୌରାଧକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଆଡମା ରାବା,
ବିଶ୍ଵନାଥ ରେଡ୍ଡୀ, ଆଇନଜୀବୀ ଲମ୍ବୋଧର ତୁରୁକ୍ ଜିଲ୍ଲା ଯୁବ ଜନତା ଦଳ ସାଧାରଣ ସଂପାଦକ ବଳରାମ ଭଞ୍ଜ, ମାଲକାନଗିରି ପୌରପରିଷଦ ଯୁବ ସଭାପତି ରାଜୀବ ଲୋଚନ୍ ସୀସା, ପୌରପରିଷଦ ଛାତ୍ର ସଭାପତି ଏ.ରାଜୁ ରାଓ, ଯୁବ ଜନତା ଦଳ ଡିଜିଟାଲ ସେକ୍ରେଟାରୀ ମନୋଜ ପଟ୍ଟନାୟକ, କାଲିମେଳା ସରପଞ୍ଚ ପୃଥିବୀ ରାଜ ମାଝି ଏବଂ ଅନ୍ୟାନ୍ୟ ଦଳୀୟ କର୍ମୀ ଓ ନେତାଙ୍କ ସହ ମୋଟୁ ଅତିରିକ୍ତ ତହସିଲଦାର ସବିର ସାହା, କାଲିମେଳା ବିଡିଓ ଉମାଶଙ୍କର ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result