ଓଡ଼ିଶା ତାଜା ନ୍ୟୁଜ(୨୪ ଜୁଲାଇ ରବିବାର) ବରଗଡ :- ଜର୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ଭଟଲି ବ୍ଲକ୍ କୁଲିଆରି ଡ୍ୟାମ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ସ୍ଥାନୀୟ ନୂଆଗଡ କ୍ରୀଡା ସଂସଦ ଓ ସରପଞ୍ଚ ଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ କୁଲିଆରି ଡ୍ୟାମ କୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ରେ ପରିଣତ କରିବା ଉଦ୍ଦେଶ୍ୟ ରେ ଏଠାରେ ବୃକ୍ଷ ରୋପଣ କରାଯାଇଛି । ଏହାଦ୍ବାରା ଜନ ସାଧାରଣ ଙ୍କ ସାମାଜିକ ବନୀକରଣ ଉପରେ ଆଗ୍ରହ ବଢିବା ସହ ଶୀତ କାଳ ରେ ଜନ ସାଧାରଣ ଏଠାରେ ବଣ ଭୋଜି କରିବାକୁ ପସନ୍ଦ କରିବେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ଉଦ୍ୟମ ରେ ଏଠାରେ ଏକ ପାର୍କ ର ସ୍ଥାପନ ପାଇଁ ପ୍ରସ୍ତାବ ସରକାର ଙ୍କ ପାଖକୁ ଯାଇଥିବା ର ସୂଚନା ଦେଇଥିଲେ ।
ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଘ ର ସଭାପତି ରବି ପଣ୍ଡା ଙ୍କ ତତ୍ବାବଧାନ ରେ ଓ ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ଦୁର୍ବାସା ପ୍ରଧାନ, ନୂଆଗଡ କ୍ରୀଡା ସଂସଦ ର ସଭାପତି ସତ୍ୟରାମ ଖମାରୀ,ସମ୍ପାଦକ ରମାଞ୍ଚଲ୍ ଖମାରୀ, ସଦସ୍ୟ ମନସୀ ପାତ୍ର,ଆନନ୍ଦ ସାହୁ, କିଶୋର ଖମାରୀ, ଅଶ୍ଵିନୀ ସାହୁ,ତ୍ରିଲୋଚନ ଖମାରୀ, ରିଙ୍କୁ ସାହୁ, ପ୍ରଶାନ୍ତ ଖମାରୀ, ଦାଶରଥି ସାହୁ,ମିନିଷ୍ଟର ବାରିକ, ବିଜୟ ପ୍ରଧାନ, ମନ୍ତ୍ରୀ ପ୍ରଧାନ,ଦାଶରଥି ସାହୁ, ଓୟୂଜେ ର ସଙ୍ଗଠନ ସମ୍ପାଦକ ବିଜୟ ସାହୁ ଙ୍କ ସମେତ ସଂଘ ର ସମସ୍ତ ୧୨ ଟି ବ୍ଲକ୍ ର ସଦସ୍ୟମାନେ ଯୋଗ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ଆଗାମୀ ଅଗଷ୍ଟ ମାସ ୧୫ ତାରିଖ ମଧ୍ୟରେ ଆହୁରି ଅନେକ ସ୍ଥଳରେ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।