No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ପାରଳାଖେମୁଣ୍ଡି :- ଧର୍ମକୁ ନେଇ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେବା ସହ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗରେ ଯୁବକ ଗିରଫ । ଏନେଇ ଏକ ଅଭିଯୋଗ ପତ୍ର ଆଜି ଗଜପତି ଜ଼ିଲ୍ଲା ଆର. ଉଦୟଗିରି ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଥିଲା । ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତ ମାନସ ସାମଲକୁ ଗିରଫ କରିଛି । ସୂଚନା ପ୍ରକାରେ ନାରାୟଣପୁରରୁ ଆସି ଆର.ଉଦୟଗିରି ଗ୍ରାମରେ ବାସ କରୁଥିବା ମାନସ ସାମଲ ନାମକ ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ ଓଡ଼ିଆ ଜାତିର ଆରାଧ୍ୟ ଦେବତା ତଥା କୋଟି କୋଟି ଓଡ଼ିଆଙ୍କ ପ୍ରାଣପିଣ୍ଡ ମହାପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅସଭ୍ୟ ଏବଂ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି ।
ଏହା ଓଡ଼ିଆ ମାନଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ପ୍ରତିବାଦରେ ଆଜି ଆର. ଉଦୟଗିରି ଗ୍ରାମବାସୀଙ୍କ ପକ୍ଷରୁ ଏକ ଅଭିଯୋଗ ପତ୍ର ଦିଆଯିବା ସହ ଆଇନ ଅନୁଯାୟୀ ସମ୍ପୃକ୍ତ ଯୁବକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲାଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସାମାଜିକ ଗଣମାଧ୍ୟମରୁ ଉକ୍ତ ପୋଷ୍ଟଟିକୁ ହଟାଇଦେଇଛନ୍ତି ସମ୍ପୃକ୍ତ ଯୁବକ । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ମାନସ ସାମଲକୁ ଗିରଫ କରି ଆର. ଉଦୟଗିରି ସବ୍ ଜେଲକୁ ପଠାଇଛି । ଏନେଇ ସୂଚନା ଦେଇଛନ୍ତି ଏସଡିପିଓ ଦିଲ୍ଲୀପ କୁମାର ନାୟକ ।

No Result
View All Result