No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭାରତର ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ତଥା ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟୀ ଉତ୍ସବ ପ୍ରତିଦ୍ବନ୍ଦିତା ମୂଳକ ଭାବେ ଭିନ୍ନ ଭିନ୍ନ ଢଙ୍ଗରେ ଜିଲ୍ଲା ବିଜେପି ଏବଂ ବିଜେଡି ପକ୍ଷରୁ ଭାବେ ପାଳିତ ହୋଇ ଯାଇଛି । ଦେଶ ସ୍ବାଧୀନତାର ୭୫ ତମ ବର୍ଷରେ ଆଜି ଓଡ଼ିଆକୁ ମିଳିଛି ବଡ଼ ସମ୍ମାନ, ଯାହାକି , ଦେଶ ପାଇଁ ଆଜି ଏକ ବଡ ଗର୍ବ ଓ ଗୌରବର ବିଷୟ । ଭାରତର ୧୫ ତମ ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରେ ଆଜି ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଓଡିଶା ମାଟିର ପ୍ରଥମ ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଳଙ୍କୃତ ହେବାକୁ ଯାଉଛନ୍ତି ଏବଂ ଆସନ୍ତା ୨୫ ତାରିଖ ଦିନ ସେ ଶପଥ ନେବେ ।ପ୍ରକାଶ ଯୋଗ୍ୟ ଯେ , ଗତ ୧୮ ତାରିଖ ଦିନ ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ଏହି ନିର୍ବାଚନରେ ଶ୍ରୀମତୀମୁର୍ମୁଏନଡିଏ:ର ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ପ୍ରତିଦ୍ବନ୍ଦିତା କରିଥିଲେ । ଗୁରୁବାର ନୂଆଦିଲ୍ଲୀ ସ୍ଥିତ ସଂସଦ ଭବନ ଠାରେ ଭୋଟ ଗଣତି କାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଏନଡିଏ ପ୍ରାର୍ଥୀନୀ ଶ୍ରୀମତୀ ମୁର୍ମୁ ବିଜୟୀ ହୋଇଥିଲେ । ଜିଲ୍ଲା ବିଜେପି ପକ୍ଷରୁ ବଡଦାଣ୍ଡ ସ୍ଥିତ ବିଶ୍ୱାନାଥ ଫଙ୍କସନ ସନ ହଲ ଠାରେ ଏହି ଅବସରରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଶତାଧିକ ଦଳୀୟ ନେତା ଓ କର୍ମୀ ଯୋଗ ଦେଇ ବିଜୟ ଉତ୍ସବ ପାଳନ ପୂର୍ବକ ବାଣ ଫୁଟାଇ ବିଭିନ୍ନ ନାରା ଦେଇ ମିଷ୍ଟାନ୍ନ ବଣ୍ଟନ କରିଖୁଆ-ଖୁଇହୋଇଥିଲେ । ଆଜିର ଏହି ବିଜୟୀ ଉତ୍ସବ ଏକା ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର କହିଥିଲେ ସେହିଭଳି ବିଜେଡି ପକ୍ଷରୁ ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟୀ ଉତ୍ସବ ପାଳିତ ହୋଇଯାଇଛି । ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇ ସ୍ଥାନୀୟ ପ୍ୟାଲେସ ଛକ ଠାରୁ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନୃତ୍ୟ ଓ ଗୀତ ସହ ସ୍ଥାନେ ସ୍ଥାନେ ବାଣ ଫୁଟାଇ ଏକ ବିରାଟ ଆନନ୍ଦ-ମୟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ହାଇସ୍କୁଲ ଛକ ଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପକୁମାର ନାୟକଙ୍କ ନେତୃତ୍ୱରେ ଶତାଧିକସଂଖ୍ୟାରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଏଥିରେ ସାମିଲ ହୋଇଥିଲେ l

No Result
View All Result