No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) କଳାହାଣ୍ଡି :- ନର୍ଲା ବ୍ଲକ ଅନ୍ତର୍ଗତ ବେହେରାପାଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢାକୁ କେନ୍ଦ୍ରକରି ଦୁଇ ଶିକ୍ଷୟିତ୍ରୀ ମଧ୍ୟରେ ମୁହାଁମୁହିଁ ଘଟଣା ନର୍ଲା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରକାଶଥାଉକି ଯେ ଉକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ୬୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୩ ଜଣ ଶିକ୍ଷୟତ୍ରୀ ଓ ଜଣେ ଶିକ୍ଷକ ସହ ମୋଟ ୪ ଜଣ ଶିକ୍ଷକ ଅଛନ୍ତି । ଜଣେ ଶିକ୍ଷୟତ୍ରୀଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କ ପାଟି ଖୋଲୁନଥିବା ଯୋଗୁଁ ପାଠପଢାଇ ପାରୁନାହାନ୍ତି ବୋଲି ସ୍କୁଲ କମିଟି ପ୍ରକାଶ କରିଥିବା ବେଳେ ଆଉ ଜଣେ ଶିକ୍ଷୟତ୍ରି ଓ ପ୍ରଧାନ ଶିକ୍ଷୟତ୍ରୀ ମଧ୍ୟରେ ତାଳମେଳ ଠିକ ରହୁନଥିବା ଏବଂ ବିଭିନ୍ନ ସମୟରେ ଦୁହେଁ ଦୁହିଁଙ୍କୁ ପାଠପଢାଉ ନଥିବା ଦୋଷାରୋପ ଦେଉଥିବା ଧାରଣାରୁ ଦେଖିବାକୁ ମିଳିଛି l
ଦୁଇ ଶିକ୍ଷୟତ୍ରୀଙ୍କ ବଚଷାରେ କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏନେଇ ଶିକ୍ଷା କମିଟି ଓ ଛାତ୍ରଛାତ୍ରୀ ଶିକ୍ଷାଦାନରେ ବାଧାପ୍ରାପ୍ତ ହେଉଥିବାରୁ ଦୁଇ ଜଣ ଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି କରିବାପାଇ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଥିଲେ l ପରେ ଖବର ପାଇ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷାକମିଟିକୁ ଆଶ୍ୱାସନା ଦେବା ସହ ଦୁଇ ଦିନ ମଧ୍ୟରେ ଶିକ୍ଷକ ଦିଆଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣରୁ ଓହରି ଥିଲେ l ଶିକ୍ଷା କମିଟି ତରଫରୁ ସଭାପତି ଚନ୍ଦ୍ରକାନ୍ତ ମହାର, ଉପସଭାପତି ସଂଗୀତା ଭୋଇ, ଲିଲି ନାୟକ, କାମିନୀ ଭୋଇ, ପୁଷ୍ପାଞ୍ଜଳି ବାଗ, ଅଞ୍ଜଳି ଶବର, ତୁଳସୀ ପୋଢ଼, ବୀରକିଶୋର ମାଝୀ, ଗୋପାଳ ମାଝୀ ସହ ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
No Result
View All Result