• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା “ଆଜାଦୀ କି’ ରେଲଗାଡ଼ି ଔର ଷ୍ଟେସନ” ସ୍ମରଣୀୟ ସପ୍ତାହ ଉଦଯାପିତ

Proprietor Abhimanyu Maharana by Proprietor Abhimanyu Maharana
July 23, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ୱାରା “ଆଜାଦୀ କି’ ରେଲଗାଡ଼ି ଔର ଷ୍ଟେସନ” ସ୍ମରଣୀୟ ସପ୍ତାହ ଉଦଯାପିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ମଣ୍ଡଳର ଖୋର୍ଦ୍ଧାରୋଡ଼,କଟକ ଏବଂ ସାକ୍ଷୀଗୋପାଳ ଷ୍ଟେସନ ଠାରେ ସପ୍ତାହ ବ୍ୟାପି ଚାଲିଥିବା “ଆଜାଦୀ କି ରେଲଗାଡି ଅଓର ଷ୍ଟେସନ’ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କର ପରିବାର ସଦସ୍ୟ ଏବଂ ପାଇକ ବିଦ୍ରୋହ ସହୀଦମାନଙ୍କୁ ସମ୍ମାନିତ କରାଯାଇଥିଲା ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ୱାରା “ଆଜାଦୀ କି ରେଲଗାଡ଼ି ଔର ଷ୍ଟେସନ’ ସ୍ମରଣୀୟ ସପ୍ତାହ ଉତ୍ସବ ପାଳନ ଗତ ୧୮ ତାରିଖରୁ ଆରମ୍ଭ ହୋଇ ଆଜି ୨୩ ଜୁଲାଇରେ ଶେଷ ହୋଇଛି ।

“ଆଜାଦୀ କି ରେଲଗାଡ଼ି ଔର ଷ୍ଟେସନ” ସ୍ମରଣୀୟ ସପ୍ତାହ କାର୍ଯ୍ୟକ୍ରମ ହେଉଛି ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତୀ ଅବସରରେ ଭାରତ ସରକାରଙ୍କ ଦ୍ୱାରା ପାଳନ କରାଯାଉଥିବା “ଆଜାଦୀ କା ଅମୃତ ମହୋତ୍ସବ’ର ଏକ ଅଂଶ । ଆଜାଦୀ କି ରେଲଗାଡ଼ି ଔର ଷ୍ଟେସନ ଉତ୍ସବ ପାଳନ ପାଇଁ ଭାରତୀୟ ରେଳପଥରେ ୭୫ ଗୋଟି ଷ୍ଟେସନ ଚିହ୍ନଟ କରାଯାଇଛିା ଏହି ଉଦେ୍ଶ୍ୟରେ ଖୋର୍ଦ୍ଧାରୋଡ଼ ମଣ୍ଡଳର ତିନି ଗୋଟି ରେଳଷ୍ଟେସନ ଯଥା ଖୋର୍ଦ୍ଧାରୋଡ଼,କଟକ ଏବଂ ସାକ୍ଷୀଗୋପାଳ ଷ୍ଟେସନକୁ ମନୋନୀତ କରାଯାଇଥିଲା ।

ଏହି ସପ୍ତାହବ୍ୟାପୀ ଉତ୍ସବ ପାଳନ ଅବସରରେ ତିନି ଗୋଟି ରେଳ ଷ୍ଟେସନଠାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ନୁକ୍କଡ଼ ନାଟକ, ଦେଶାତ୍ମବୋଧକ ସଙ୍ଗୀତ, ଦେଶାତ୍ମବୋଧକ ନୃତ୍ୟ, ତତ୍କାଳ ପ୍ରଶ୍ନୋତ୍ତର, ସେଲଫି ପଏଣ୍ଟ, ରେଳ ଷ୍ଟେସନ ସାଜ୍ଜସଜ୍ଜା, ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂକ୍ଷିପ୍ତ ଐତିହାସିକ ଅଡିଓ-ଭିଡିଓ ପ୍ରଦର୍ଶନ,ସ୍ୱାଧୀନତା ସଂଗ୍ରମୀ ମାନଙ୍କର ୩ଡି କଟ୍ଆଉଟ୍,ଲାଇଟ୍ ଆଣ୍ଡ ସାଉଣ୍ଡସ କାର୍ଯ୍ୟକ୍ରମ କରାଯାଇ ଆମର ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଯିବା ନିମନ୍ତେ ଆୟୋଜିତ କରାଯାଇଥିଲା ।

ସ୍ମରଣୀୟ ସପ୍ତାହ ଉତ୍ସବର ପରିସମାପ୍ତିର ଏକ ଅଂଶ ଭାବରେ ଖୋର୍ଦ୍ଧାରୋଡ଼ ରେଳଷ୍ଟେସନ ଠାରେ ଉଦଯାପନୀ ସମାରୋହର ଆୟୋଜନ କରାଯାଇଥିଲା । ଏହି ଅବସରରେ,ଶ୍ରୀ ବାସୁଦେବ ପଣ୍ଡା,ପ୍ରମୁଖ ମୁଖ୍ୟ ବିଦ୍ୟୁତ ଯନ୍ତ୍ରୀ,ପୂର୍ବତଟ ରେଳପଥ ଏବଂ ଶ୍ରୀ ରିଙ୍କେଶ ରାୟ, ମଣ୍ଡଳ ରେଳ ପ୍ରବନ୍ଧକ, ଖୋର୍ଦ୍ଧାରୋଡ଼ ଚାରି ଜଣ ସ୍ୱାଧିନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ନଅ ଜଣ ପାଇକ ବିଦ୍ରୋହ ସହୀଦମାନଙ୍କ ବଂଶଧର ମାନଙ୍କୁ ସମ୍ମାନିତ କରିଥିଲେ ।

ଏହି ଅବସରରେ ଶ୍ରୀ ବାସୁଦେବ ପଣ୍ଡା କହିଥିଲେ ଯେ,ପୂର୍ବତଟ ରେଳପଥର ସମସ୍ତ ବିଭାଗ ଆଜାଦୀ କି ରେଲଗାଡ଼ି ଔର ଷ୍ଟେସନର ସପ୍ତାହବ୍ୟାପୀ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।ଭାରତୀୟ ରେଳପଥର ୭୫ ଗୋଟି ରେଳଷ୍ଟେସନ ଯାହା ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନର ମହାନ ଇତିହାସ ସହିତ ଜଡିତ, ଏହି ଉଦେ୍ଶ୍ୟ ପାଇଁ ଚିହ୍ନଟ କରାଯାଇଥିଲା । ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କର ପରିବାର ସଦସ୍ୟମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନକୁ ସମ୍ମାନ ଦେବା ଏବଂ ଦେଶର ଏକତା ତଥା ଜାତୀୟତାକୁ ଆଗୁକୁ ବଢ଼ାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଉଦେ୍ଶ୍ୟରେ ଏହି କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା  ।

ଦୁଇଶହ ବର୍ଷ ପୁରୁଣା ପାଇକ ବିଦ୍ରୋହ ପାଇଁ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଓଡ଼ିଶାର ଏକ ଗର୍ବ ଅଟେ । ଉଦଯାପନ ସମାରୋହରେ ପୂର୍ବତଟ ରେଳପଥ ଭାରତ ସ୍କାଉଟସ୍ ଏବଂ ଗାଇଡ୍ସ ଏବଂ ରେଳ କର୍ମଚାରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । କଟକ ଏବଂ ସାକ୍ଷୀଗୋପାଳ ରେଳ ଷ୍ଟେସନରେ ମଧ୍ୟ ଉଦଯାପନ ସମାରୋହର ଆୟୋଜନ କରାଯାଇଥିଲା । କଟକରେ ଚାରିଜଣ ସ୍ୱାଧୀନତା ସଂଗ୍ରାମୀ ଏବଂ ସାକ୍ଷୀଗୋପାଳରେ ଦୁଇ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷ ହେବା ପରେ,ସମସ୍ତ ତିନୋଟି ରେଳ ଷ୍ଟେସନ ଭିଡିଓ କନଫରେନସିଙ୍ଗ୍ ମାଧ୍ୟମରେ ନୂଆଦିଲ୍ଲୀରେ ଆୟୋଜିତ ହେଉଥିବା କେନ୍ଦୀୟ କାର୍ଯ୍ୟକ୍ରମ ସହିତ ସଂଯୁକ୍ତ ହୋଇଥିଲେ । ନୂଆଦିଲ୍ଲୀରେ ଠାରେ କେନ୍ଦ୍ରୀୟ କାର୍ଯ୍ୟକ୍ରମ ଶ୍ରୀ ପ୍ରହଲ୍ଲାଦ ଯୋଶୀ, ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ, ଭାରତ ସରକାରଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନରେ ଉପସ୍ଥିତ ଥିବା ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ମାୟାଧର ମଲ୍ଲିକ ଏବଂ ଭାରତୀୟ ରେଳପଥର

ବିଭିନ୍ନ ଷ୍ଟେସନରେ ଉପସ୍ଥିତ ଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଯୋଗାଯୋଗ କରି ସ୍ୱାଧୀନତା ସଂଗ୍ରାମ ସମୟରେ ସେମାନଙ୍କର ଅନୁଭୂତି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଡି,ଆର,ଏମ ରିଙ୍କେଶ ରୟ,ପ୍ରିନ୍ସପାଲ ଚିଫ୍ ଇଲେକ୍ଟ୍ରିକାଲ ଇଞ୍ଜିନିଅର ଦେବାଶିଷ ପଣ୍ଡା ଓ ସ୍ୱାଧୀନତା ସଂଗ୍ରାମୀ ମାୟାଧର ମଲିକ ଅତିଥି ଭାବେ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ସିନିଅର ଡି,ପି,ଓ ରଞ୍ଜନ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

ମହୀତମା ପୀଠରେ ମହାମିଳନ : ଏକାଠି ହେଲା ନଅ ରାଜ୍ୟ ଗୋପଗୋପାଳ ସମାଜ

June 28, 2026
ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

ସମଲେଶ୍ୱରୀ ପୀଠରେ “ସାତବହନୀ” ଭଜନ ସନ୍ଧ୍ୟା : ଲୋକଗୀତ ଓ ଲୋକବାଦ୍ୟର ଅପୂର୍ବ ସମ୍ମିଶ୍ରଣ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

ଏଫଟିଆଇଆଇ ଏବଂ ଏନଟିଡବ୍ଲ୍ୟୁବି ପକ୍ଷରୁ ମିଳିତ ଭାବେ ‘ଉତ୍କର୍ଷ ୨୦୨୬’ ସମ୍ମିଳନୀ ଆୟୋଜିତ : ବାଣିଜ୍ୟ ଓ ଶିଳ୍ପର ଅଭିବୃଦ୍ଧି ପାଇଁ ସରକାରୀ ନୀତିକୁ ପ୍ରୋତ୍ସାହନ

June 29, 2026
“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

“ଚିନ୍ମୟ ମିଶନ ପକ୍ଷରୁ ଯୁବ ସଶକ୍ତିକରଣ କାର୍ଯ୍ୟକ୍ରମ”

June 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version