No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଜୁଲାଇ ଗୁରୁବାର) କଳାହାଣ୍ଡି :- ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଇତି ମଧ୍ୟରେ ଏକ ବଡ଼ ଧରଣର ପଦକ୍ଷେପ ନେଇ ପଂଚାୟତର ନିର୍ବାହୀ ଅଧିକାରୀ ମାନଙ୍କୁ ଅନ୍ୟ ବ୍ଳକକୁ ବଦଳି ଆଦେଶ କରିଛନ୍ତି । ବିଭିନ୍ନ ବ୍ଳକରେ ଦୀର୍ଘ ଦିନରୁ ଆସ୍ଥାନ ଜମେଇ ଥିବା ୧୪୧ ଜଣ ପିଇଓଙ୍କୁ ବଦଳି ଆଦେଶ ପରେ ନର୍ଲା ବ୍ଳକର ୧୧ଜଣ ପଞ୍ଚାୟତ ଅଧିକାରୀଙ୍କୁ ଅନ୍ୟ ବ୍ଳକକୁ ବଦଳି ହୋଇଛି । ଏହି ୧୧ଜଣ ପିଇଓଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି ।
କାର୍ଯ୍ୟକ୍ରମଟିକୁ ଜିପିଓ କ୍ଷୀତିଶ ଚନ୍ଦ୍ର ନାଏକ ପରିଚାଳନା କରିଥିଲେ । ବ୍ଳକର ସହକାରୀ ଯନ୍ତ୍ରୀ ବାସୁଦେବ ମହାରଣା ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟରେ ପିଇଓଙ୍କ ସହଯୋଗକୁ ପ୍ରଶଂସା କରିଥିଲେ । ବ୍ଳକର ମୁଖ୍ୟ କିରାଣୀ ଦିଗାମ୍ବର ପଧାନ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ଏବିଡିଓ ଦେବେନ୍ଦ୍ର କୁମାର ସାମଲ, ସମସ୍ତ ଜିଆରଏସ, ଯୋଗାଣ ସହାୟକ ଓ ବ୍ଳକର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ଥିଲେ ।
No Result
View All Result