ରାମଗିରି ରେଞ୍ଜର ପାଖ ଜଙ୍ଗଲ ରେ ହିଁ ଚଢାଉ କରି ଜବତ ହୋଇଛି ବାଘ ଛାଲ ବୋଲି ଜଣାପଡିଛି । ଖବର ଅନୁଯାୟୀ ଏହି ସ୍ଥାନରେ ବାଘ ଛାଲି ବିକ୍ରି ହେଉଥିବା ନେଇ ରାମଗିରି ବନାଂଚଳକୁ ସୂଚନା ମିଳିଥିଲା । ତେବେ ଘଟଣା ସ୍ଥଳକୁ ବନବିଭାଗ କର୍ମଚାରୀ ମାନେ ଗଲା ବେଳେ ଡିଲ୍ ଚାଲିଥିବା ସ୍ଥାନରୁ ବାଘ ଛାଲି ସହିତ ଦଣ୍ଡାବାଡି ଅଂଚଳର ଗୌଡଗୁଡା ଗ୍ରାମର ମନହର ଗୌଡ ( ୨୦ ) ଗିରଫ କରି ସାଙ୍ଗରେ ଆଣିଥିବା ଜଣାପଡିଛି ।
ଏହି ଚଢାଉରେ ରାମଗିରି ରେଞ୍ଜ ର ବନାଚଂଳ ଅଧିକାରୀ କାର୍ତିକେଶ୍ୱର ଖଣ୍ଡାଇ, ଫରେଷ୍ଟର ଚୈତନ୍ୟ ତନ୍ତ୍ରୀ , ଗଦାଧର ଚେଧୁରୀ ଓ ଅନ୍ୟ କର୍ମଚାରୀ ମାନଙ୍କୁ ନେଇ ଏକ ଟିମ୍ ଗଠନ କରି ବେପାରୀଙ୍କୁ ଗିରଫ କରିଥିବାର କହିଛନ୍ତି ବନାଚଂଳ ଅଧିକାରୀ କାର୍ତିକେଶ୍ୱର ଖଣ୍ଡାଇ । ଘଟଣାରେ ବନବିଭାଗ ତଦନ୍ତ ଜାରୀ ରଖିଥିବା ବେଳେ ଅନ୍ୟ କେଉଁ ମାନେ ଏହି ଘଟଣାରେ ସାମିଲ ଅଛନ୍ତି ତାଙ୍କୁ ମଧ୍ୟ ଗିରଫ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଥିବାର ଜଣାପଡିଛି ।
© 2023 Odisha Taza News.