No Result
View All Result
କାହାଙ୍କ କୂଟ ଚକ୍ରାନ୍ତ ରେ ବିଧାୟକ ଏବେ ଅଣଆୟତ୍ତ
ରଣପୁର ବିଧାୟକ ଏବେ ଦ୍ଵନ୍ଦରେ, କାହାକୁ କରିବେ ସମର୍ଥନ : ବିଜେଡ଼ି ଦଳରେ ୨ଫାଟ – ରଣପୁର ବ୍ଲକ୍ ସଭାପତି ପାଣ୍ଡବ ସେଠୀଙ୍କୁ ବିରୋଧ ..!!! ବିଧାୟକ ଙ୍କ ଭୁଲ ବୁଝାମଣା ଓ ଜିଦିଖୋର ନୀତି ପାଇଁ ବ୍ଲକ୍ ଚେୟାରମ୍ୟାନ ପଦବୀ ହାତେଇଥିଲେ ବିଜେପି ନେତ୍ରୀ ସୁରମା ।
ଆଗକୁ ପାଣ୍ଡବ ସେଠୀ ଅନ୍ୟ ଦଳର ମଙ୍ଗ ଧରିବେନି ତ !!
ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁଲାଇ ମଙ୍ଗଳବାର/ରଣପୁର :- ଗତ ରଣପୁର ବ୍ଲକ ସମିତି ନିର୍ବାଚନରେ ପାଣ୍ଡବ ସେଠୀ ଙ୍କ ଗୋଟି ଚାଳନା ବିରୋଧୀ ଙ୍କ ଉପରେ ଭାରି ପ୍ରଭାବ ପକାଇଥିବା ବେଳେ ବିଧାୟକ ଙ୍କ ଭୁଲ ବୁଝାମଣା ଓ ଜିଦିଖୋର ନୀତି ପାଇଁ ବ୍ଲକ୍ ଚେୟାରମ୍ୟାନ ପଦବୀ ହାତେଇଥିଲେ ବିଜେପି ନେତ୍ରୀ ସୁରମା । ପୁର୍ବରୁ ମଧ୍ୟ ବିଜେଡ଼ିର ତୁଙ୍ଗ ନେତାମାନଙ୍କ ମଧ୍ୟରୁ ପାଣ୍ଡବ ସେଠୀ ଜଣେ ଜଣାଶୁଣା ବରିଷ୍ଠ କର୍ମି ତଥା ସୁସଙ୍ଗଠକ ଭାବେ ବିଜେଡ଼ି ଦଳରେ ବେଶ୍ ପରିଚିତ ଏବଂ ଦଳରେ ପାଣ୍ଡବ ସେଠୀ ଙ୍କ ସଙ୍ଗଠନ ସୁଦୃଢ଼ ଥିବା ବେଳେ ବର୍ତ୍ତମାନ ବିଜେଡ଼ି ଦଳରେ ପାଣ୍ଡବ ସେଠୀ ଙ୍କୁ ଦଳ କୋଣ ଠେସା କରୁଥିବା ଦେଖିବାକୁ ମିଳିଛି ।
ବିଧାୟକ ଦଳୀୟ ଫାଟକୁ ଅଣଦେଖା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଗକୁ ବିଧାନସଭା ନିର୍ବାଚନ ରହିଥିବା ବେଳେ ଦଳରେ ଫାଟ ବିଧାୟକଙ୍କ ମୁଣ୍ଡରେ ଚିନ୍ତା .. ଏବେ ରାତିର ନିଦ ହଜେଇ ଦେଇଛି । ଦଳରେ ସୃଷ୍ଟି ହୋଇଥିବା ଫାଟ କୁ ନେଇ ବିଧାୟକ ଏବେ ଦ୍ଵନ୍ଦରେ କାହାକୁ କରିବେ ସମର୍ଥନ ? ଏ ନେଇ ରଣପୁର ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ହୋଇ ପଡିଛି । ଦେଖିବାକୁ ବାକି ରହିଲା ଆଗକୁ ପାଣ୍ଡବ ସେଠୀ ଅନ୍ୟ ଦଳର ମଙ୍ଗ ଧରିବେନି ତ ! ଏହାକୁ ନେଇ ବିଧାୟକଙ୍କ ଚିନ୍ତା … ଦେଖାଯାଉ ଆଗକୁ ଦଳ ଭୁଷୁଡୁଛି ନା ସୁଦୃଢ଼ ହେଉଛି ।

No Result
View All Result