No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁଲାଇ ମଙ୍ଗଳବାର/କାଳିମେଳା :- ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ ସଦର ମହକୁମା ସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ୍ ସମ୍ମୁଖରେ ଥିବା ଏଟିଏମ୍ କୁ ଭାଙ୍ଗି ଚୋର ଚମ୍ପଟ ମାରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ କାଳିମେଳା ହାଟପଦା ନିକଟରେ ଥିବା ଆଇସିଆଇସି ଆଇ ବ୍ୟାଙ୍କର ଏଟିଏମ୍ ଭାଙ୍ଗି କୈ।ଣସି ଏକ ଚୋର ଟଙ୍କା ଲୁଟ୍ ଉଦ୍ୟମ କରିଥିଲେ । କିନ୍ତୁ ଠିକ ସମୟରେ ବ୍ୟାଙ୍କ୍ ର ସାଇରନ ବାଜିବା ପରେ ଚୋର ସେଠାରୁ ଚମ୍ପଟ ମାରିଥିଲେ ।
ଏଟିଏମ୍ ନିକଟରେ ଥିବା ସିସିଟିଭି ତାର କାଟିବା ସହ ଏକ କ୍ୟାମେରା ଭାଙ୍ଗି ଦେଇଥିଲେ । ଏଟିଏମ୍ ର ଆଗପଟ ଡୋର ଭାଙ୍ଗି ଲକ୍ ଖୋଲିବାକୁ ଚେଷ୍ଟା କରିଥିବା ବେଳେ ସାଇରନ ବାଜିଥିଲା । ଏ ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି କରିଥିଲେ ମଧ୍ୟ କୈ । ଣସି ସନ୍ଧାନ ମିଳିପାରିନଥିଲା । ତେବେ କାଳିମେଳା ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

No Result
View All Result