No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ମାଲକାନଗିରି :- ମାଲକାନଗିରି ସଦର ବ୍ଲକର ୧୯ ଗୋଟି ଗ୍ରାମ ପଞ୍ଚାୟତର ସମସ୍ତ ସରପଞ୍ଚ ସଭ୍ୟା ,ସଭ୍ୟଙ୍କ ଉପସ୍ଥିତରେ ଆଜି ମାଲକାନଗିରି ରାଜଶ୍ରୀ ହୋଟେଲ ସମ୍ମିଳନୀ କକ୍ଷ ଠାରେ ନୂତନ ସାଙ୍ଗଠନିକ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ବରିଷ୍ଠ ସରପଞ୍ଚ ନୀଳକଣ୍ଠ ଝୋଲାଙ୍କ ଅଧ୍ୟକ୍ଷତାରେ ନୂତନ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ ଉପରେ ୧୯ ଟି ସରପଞ୍ଚ ମଧ୍ୟରେ ଆଲୋଚନା କରିବା ସହ ମାଲକାନଗିରି ବ୍ଲକର ୧୯ ପଞ୍ଚାୟତର ବିଭିନ୍ନ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ,ବିକାଶ ମୂଳକ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଥିଲା ।
ଆଜିର ମାଲକାନଗିରି ବ୍ଲକ ୧୯ ଟି ପଞ୍ଚାୟତ ସରପଞ୍ଚଙ୍କ ସଭାପତି ଭାବେ ବରିଷ୍ଠ ସରପଞ୍ଚ ଘାସି ନାୟକଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ସୁମିତ୍ରା ମାଡକାମୀ ,ସାଧାରଣ ସମ୍ପାଦକ ସୁଦର୍ଶନ କୋପେ ଓ ବରିଷ୍ଠ ଉପଦେଷ୍ଟା ଭାବେ ନୀଳକଣ୍ଠ ଝୋଲା ,ଅରକ୍ଷିତ ନାୟକ ଏବଂ ଲକ୍ଷ୍ମଣ କବାସୀ ଙ୍କୁ ମନୋନୀତ କରାଯାଇଛି ।
No Result
View All Result