No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ମାଲକାନଗିରି :- ପଞ୍ଚାୟତିରାଜ ପାଇଁ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା ୨ ସସ୍ତାହ ଧରି ପର୍ଯ୍ୟାୟ କ୍ରମେ ସରପଞ୍ଚ ମାନଙ୍କୁ ନେଇ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି । ଜିଲ୍ଲାର ସମସ୍ତ ୭ ଗୋଟି ବ୍ଲକ ଯଥା, ପଡିଆ, କାଳିମେଳା, ମାଲକାନଗିରି,କୋରୁକୋଣ୍ଡା, ମାଥିଲି,ଖଇରପୁଟ୍ ଓ ଚିତ୍ରକୋଣ୍ଡା ବ୍ଲକର ସମସ୍ତ ୧୧୧ ଗୋଟି ସରପଞ୍ଚମାନେ ଆଗ୍ରହର ସହିତ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାଗନେଇ ଶିକ୍ଷା ଗ୍ରହଣ କରୁଛନ୍ତି ।
ଏହି ପ୍ରଶିକ୍ଷଣ ଶିବିରରେ ମୃଖ୍ୟତ ସରକାରଙ୍କ ସମସ୍ତ ବିଭାଗର ସମସ୍ତ ପ୍ରକାରର ଯୋଜନାର ସହାୟତା ସାଧାରଣରୁ ଅତିସାଧାରଣ ଜନତାଙ୍କ ପାଖରେ କିପରି ପହଞ୍ଚି ପାରିବ ତା ସହିତ ଏକ ସୃଦୃଢ଼ ପଞ୍ଚାୟତ ଗଠନ ହୋଇପାରିବ, ଏହି ଉଦ୍ଦେଶ୍ୟରେ ସମସ୍ତ ସରପଞ୍ଚ ମାନଙ୍କୁ ନେଇ ଅବଗତ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲା ପରିଷଦ କାର୍ଯ୍ୟାଳୟର ମୁଖ୍ୟ ଚିଫ୍ ଏକ୍ସକ୍ୟୁଟିବ ଅଧିକାରୀ ବାଳମୁକୁନ୍ଦ ଭୁୟାଁ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା କର୍ମ ନିୟୋଜନ ଅଧିକାରୀଙ୍କ ସମେତ ସହଯୋଗୀ ଅଧିକାରୀ, ହିମାଂଶୁ ମହାରଣାଙ୍କ ସହିତ ତାଲିମ ଦାତା ସପନ ସିଂହ,ମନୋରଞ୍ଜନ ଦାସ ଏବଂ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ।

No Result
View All Result