No Result
View All Result
ଖୋର୍ଦ୍ଧା ଜିଲ୍ଲା, ବେଗୁନିଆଁ ବ୍ଲକ୍, “ସିକୋ ଚନ୍ଦ୍ରଶେଖର ଦେବ ଉଚ୍ଚ ବିଦଚୟାଳୟ”ରେ ଦଶମ ଶ୍ରେଣିର ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କୁ “ସିକୋ ପଞ୍ଚାୟତ ସୌଜନ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ
ଓଡ଼ିଶା ତାଜା ନ୍ୟୁଜ୍/୧୬ ଜୁଲାଇ ଶନିବାର/ସିକୋ :- ସନ୍ଧ୍ୟାରେ ଶ୍ରୀଚନ୍ଦ୍ରଶେଖର ଦେବଙ୍କ ପ୍ରଙ୍ଗଣରେ ଶ୍ରୀ ଜଗନ୍ନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସାମ୍ବାଦିକ ସନ୍ତୋଷ କୁମାର ସାହୁ ମୂଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣଚନ୍ଦ୍ର ଦାଶ, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଦିନବନ୍ଧୁ ଭାରିମଲ ସମ୍ମାନିତ ବକ୍ତା, ଶ୍ରୀ ଦୁର୍ଗା ଚରଣ ଅଧିକାରୀ ସମ୍ମାନିତ ଅତିଥି, ସିକୋ ଗ୍ରାମ ପଞ୍ଚାୟତ ସରପଞ୍ଚ ସନ୍ତୋଷୀ ରାୟ, ସମିତି ସଭ୍ୟା ଅଞ୍ଜଳୀ ସାହୁ, ଯୋଗେଶ ଛୋଟରାୟ, ଦୁର୍ଯ୍ୟୋଧନ ଛୁଆଳସିଂହ, ଦାସରଥୀ ରଣସିଂହ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଆଶୀର୍ବଚନ ଏବଂ ପ୍ରେରଣା ପ୍ରଦାନକାରି ବକ୍ତବ୍ୟ ପ୍ରଦାନ କରିଥିଲେ।
ଦଶମ ଶ୍ରେଣୀ ବାର୍ଷିକ ପରିକ୍ଷାରେ ସିକୋ ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟର ଛାତ୍ର ରାଜଶେଖର ପାଇକରାୟ ୫୬୬ ନମ୍ବର ରଖି ବେଗୁନିଅାଁ ବ୍ଲକ୍ ରେ ଏ- ଓ୍ୱାନର ଦ୍ବିତୀୟ ସ୍ଥାନ ଓ ସିକୋ ଜି.ପି.ର ପ୍ରଥମ ସ୍ଥାନ ଅଧିକାର କରି କୃିତିତ୍ବ ଅର୍ଜନ କରିଥିବା ଏବଂ କାହ୍ନା ସାମନ୍ତରାୟ ଏ ଓ୍ୱାନର ସିକୋ ଜି.ପି.ର ଦ୍ବିତୀସ୍ଥାନ, ନିହାରିକା ସାମନ୍ତରାୟ ଏ- ଟୁ ର ସିକୋ ଜି.ପ.ର ପ୍ରଥମ, ସାବିନା ପରୱନ୍, ପ୍ରଦୀପ ପରିଡା, ପ୍ରିୟଙ୍କା ପ୍ରିୟଦର୍ଶିନୀ ବରାଡ, ସୁଦ୍ଧାଦିତ୍ୟ ମାହାର ଏବଂ ଦାଶରଥି ବାଳିକା ଉଚ୍ଚ ବିଦ୍ୟାଳୟର ଏ- ଟୁ ଗ୍ରେଡ୍ ରେ ପାଶ୍ କରିଥିବା ଛାତ୍ରୀମାନଙ୍କ ମଧ୍ୟରେ ଅନନ୍ୟା ପ୍ରିୟଦର୍ଶନୀ, ଅଭିଲିପ୍ସା ବଳିୟାରସିଂହ,
ଦିପୀକା ସାମନ୍ତରାୟଙ୍କୁ ଆନୁଷ୍ଠାନିକ ଭାବେ ମାନପତ୍ର, ପୁଷ୍ପଗୁଚ୍ଛ ଓ ଟ୍ରଫି ପ୍ରଦାନ ସହିତ ପାଠ୍ୟ ଉପକରଣ ପୁରସ୍କାର ଭାବେ ଉପସ୍ଥିତ ଅତିଥିମାନଙ୍କ ଦ୍ବାରା ପ୍ରଦାନ କରା ଯାଇଥିଲା। ସଭାରେ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ଓ ଅବସରପ୍ରାପ୍ତ ଶିକ୍ଷକ ବାହାଦୁର ଖାଁଙ୍କ ନିମନ୍ତେ ଏକ ମିନିଟି ନିରବ ପ୍ରାର୍ଥନା କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଯୁବ ନେତା ଦାସରଥି ନରେନ୍ଦ୍ର ସ୍ବାଗତ ଭାଷଣ ଏବଂ ଶେଷରେ ସାମ୍ବାଦିକ ସଂଜୟ କୁମାର ବାହୁବଳେନ୍ଦ୍ର ଧନ୍ୟବାଦ ଅର୍ପଣ କରିଥିଲେ।
No Result
View All Result