ବୈପାରିଗୁଡା ମୁଖ୍ୟଛକରୁ ଏକ ସଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ସମସ୍ତ ସାହିକୁ ଯାଇ ଜନସାଧାରଣଙ୍କୁ ବୁଝାଇଛନ୍ତି ଯେ ଡେଙ୍ଗୁ କାହିଁକି ବ୍ୟାପୁଛି ଓ କାରଣ କଣ ..? କଣ କଲେ ଡେଙ୍ଗୁ ରୋଗ ବ୍ୟାପିବ ନାହିଁ ସେହି ବିଷୟକୁ ନେଇ ସଚେତନ କରାଯାଇଥିବାର ଦେଖିବାକୁ ମିଳିଛି ।
ଘରଘର ବୁଲି ଘର ଆଖପାଖରେ ଜମା ହୋଇ ରହୁଥିବା ପାଣି ପାତ୍ର, କୁଣ୍ଠ , ନାଳ, ନର୍ଦ୍ଦମା ସଫା , ବିଭିନ୍ନ ସ୍ଥାନରେ ପଡି ରହିଥିବା ଆବର୍ଜନା ପୂର୍ଣ୍ଣ ସ୍ଥାନ ସଫେଇ କରିବା ସହ ବୁଦା ଗଛ ସବୁ କାଟି ସଫା କରିବା ପାଇଁ ପରାମର୍ଶ ଦେଇଥିବାର ଦେଖାଯାଇଛି । ଗତ କିଛି ଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପରିମଳ ବ୍ୟବସ୍ଥା ଶୋଚନୀୟ ହୋଇ ପଡିଥିବାରୁ ଡେଙ୍ଗୁ ମଶାମାନେ ବଂଶବିସ୍ତାର କରିବାରେ ଲାଗିଛନ୍ତି ବୋଲି ଅନୁମାନ କରାଯାଉଛି ।
ସେଥିପାଇଁ ବୈପାରିଗୁଡା ଓ ଏହାର ସମସ୍ତ ପଂଚାୟତରେ ଡାକବାଜି ଯନ୍ତ୍ର ଦ୍ୱାରା ଡେଙ୍ଗୁ ରୋଗରୁ କିପରି ସୁରକ୍ଷିତ ରହିବେ ସେ ନେଇ ଜନସଚେତନତା ସୃଷ୍ଟି କରାଯାଇଛି ।ଏଥି ସହ ଜ୍ୱର ହେଉଥିବା ଲୋକମାନଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରାଯିବା ପାଇଁ କୋରାପୁଟରେ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି କହିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଅଧିରାଜ ସାହୁ । ଏହି ସଚେତନତା କାର୍ଯ୍ୟକ୍ରମରେ ମ୍ୟୋଲେରିଆ ସୁପରଭାଇଜର ଡିଆର ଡିଭାୟା ମହେଶ ଯାଦବ, ପିଏଚଇଓ ସୁନିତା ପଟ୍ଟନାୟ. ଅମରେଶ ପଟ୍ଟନାୟକଙ୍କ ସହ ସମସ୍ତେ ଉପସ୍ଥିତ ରହିଥିଲେ ।
© 2023 Odisha Taza News.