No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୪,ଜୁଲାଇ , ଗୁରୁବାର/ମାଲକାନଗିରି :- ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୧୬ ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମଟର ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ।ଶବ ନେଇ ରାସ୍ତା ଅବରୋଧ କଲେ ସମ୍ପର୍କୀୟ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥର ଏମଭି ୧୬ ନମ୍ବର ଛକ ନିକଟରେ ଏଭଳି ଏକ ସଡ଼କ ଦୁର୍ଘଟଣା ଆଜି ଘଟିଯାଇଛି ।
ତେବେ ମଟର ସାଇକେଲ ଚାଳକ ଜଣେ ଶିଖପାଲ୍ଲି ହାଟରୁ ଫେରୁଥିବା ସମୟରେ ମାଲକାନଗିରି ଆଡ଼ୁ ଏକ ପାଇପ ବୋଝେଇ ପିକଅପ୍ ଭାନ କାଲିମେଳା ମୁହାଁ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଯାଇଛି । ତେବେ ଚାରିଚକିଆ ଗାଡିଟିର ସାମ୍ନା ଅଂଶ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଗାଡିର ଧକ୍କାରେ ମଟର ସାଇକେଲ ଚାଳକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି ।
ତେବେ ମୃତକଙ୍କ ନାମ ଅଜିତ ଡାଲି ହୋଇଥିବା ବେଳେ ଏମଭି ୧୫ ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଘଟଣା ସ୍ଥଳରେ ସମ୍ପର୍କୀୟ ତଥା ସ୍ଥାନୀୟ ଲୋକଙ୍କ ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ମାଲକାନଗିରି ସଦର ଥାନା ଆଇଆଇସି ଘଟଣା ସ୍ଥଳରେ ପହଞ୍ଚବା ସହ ଲୋକଙ୍କ ଭିଡକୁ ନେଇ ଅଧିକରୁ ଅଧିକ ପୋଲିସ ମୁତୟନ କରାଯାଇଛି । ଏଥି ସହିତ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବି କରି ଶବକୁ ନେଇ ରାଜରାସ୍ତାକୁ ଅବରୋଧ କରିଥିଲେ ।
ଯେଉଁଥିପାଇଁ ରାସ୍ତର ଉଭୟ ପାର୍ଶ୍ଵରେ ଶହ ଶହ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ପରେ ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଦୁଇ ପକ୍ଷଙ୍କୁ ବୁଝାସୁଝା କରାଯିବା ସହ ପିକଅପ ଭ୍ୟାନ ଗାଡି ମାଲିକ କ୍ଷତିପୂରଣ ଦେବାକୁ ରାଜି ହେବା ପରେ ରାସ୍ତାରୁ ଲୋକେ ହଟିଥିଲେ ।
No Result
View All Result