No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୨ ଜୁଲାଇ ମଙ୍ଗଳବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିତମା ଗ୍ରାମ ନିକଟସ୍ଥ ହିଲ୍ ସାଇଡ୍ କୁକୁଡ଼ା ଫାର୍ମ ନିକଟରୁ ମରଣା ତ୍ମକ ଆକ୍ରମଣ କରି ୪ ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ । ସୂଚନା ଅନୁଯାୟୀ ମହିତମା ଗ୍ରାମ ନିକଟସ୍ଥ ହିଲ୍ ସାଇଡ୍ କୁକୁଡ଼ା ଫାର୍ମ ର ଶୁକଦେବ ପରିଡ଼ା, ସମୀର କୁମାର ଜେନା ୪ ଲକ୍ଷ ଟଙ୍କା ନେଇ ଦ୍ୱିପହର ସମୟରେ ହିରୋହୋଣ୍ଡା ଡିଲକ୍ସ ଗାଡ଼ି ନଂ(ଓଡ଼ି-୦୨ ଏ – ଡବ୍ଲୁ – ୪୧୪୬) ରେ ଦଶପଲ୍ଲା ୟୁନିଅନ୍ ବ୍ୟାଙ୍କ ରେ ଟଙ୍କା ଜମା କରିବା ପାଇଁ ଯିବା ସମୟରେ ଫାର୍ମ ଠାରୁ କିଛି ଦୂରରେ ୪ ଜଣ ଆସି ଭୁଜାଲି ,
ଠେଙ୍ଗା ରେ ମରଣାତ୍ମକ ଆକ୍ରମଣ କରି,୪ ଲକ୍ଷ ଲୁଟିନେଇ ଚାଲି ଯାଇଥିଲେ । ଏହି ଖବର ଜାଣିବା ପରେ ଫାର୍ମ ମାଲିକ ସର୍ବେଶ୍ଵର ବେହେରା ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ନୂଆଗାଁ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ୧୨୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ୍ ପଣ୍ଡା ଆସି ଘଟଣା ସ୍ଥଳ ପରିଦର୍ଶନ କରି ଥାନା ଅଧିକାରିଣୀ ଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ତେବେ ଏହି ଅଞ୍ଚଳରେ ଅଧିକ ଡକାୟତି ହେଉଥିବା ନେଇ ଜନ ସାଧାରଣ ଏହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହେଉଛନ୍ତି ।

No Result
View All Result