ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ବରଗଡ଼ :- ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ର ଉନ୍ନତି ପାଇଁ ୩.୩୮ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଜିଲ୍ଲା ପ୍ରଶାସନ ଏ ସମ୍ପର୍କରେ ଡିପିଆର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ରେ ଦାଖଲ କରିବା ପରେ ଏହା ମଞ୍ଜୁରି ଆଦେଶ ଦେଇଥିବା ଜଣାପଡ଼ିଛି। ପ୍ରଦାନ କରାଯାଇଥିବା ଅନୁଦାନ ମଧ୍ୟ ରେ ବରପାଲି ସ୍ଥିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସମାଧି ପୀଠର ଉନ୍ନତି କରଣ ପାଇଁ ୧.୧୯ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି।
ସେହିପରି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ବଡ଼ ବନ୍ଧର ନବୀକରଣ ଓ ସୈନ୍ଦର୍ଯ୍ୟକରଣ ସକସେ ୨.୧୯ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବଡ଼ ବନ୍ଧ ସବୁ ଠୁ ପୁରୁଣା ଅଟେ। ଅନେକ ବର୍ଷରୁ ଏହାର ପୁନଃ ଉଦ୍ଧାର ଠିକ୍ ଭବେ ହୋଇପାରିନଥିବରୁ ଏହି ଅତିବ ଶୋଚନୀୟ ହୋଇପଡ଼ିଛି।
ସ୍ଥାନୀୟ ଜନସାଧାରଣ ଏହାର ନବୀକରଣ କରିବାକୁ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀ ବରଗଡ଼ ଗସ୍ତ ସମୟରେ ଏହା ର ସୁରକ୍ଷା ପାଇଁ ପ୍ରସ୍ତାବ ପ୍ରଶାସନ ପକ୍ଷରୁ ଦିଆଯାଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପର ନିର୍ମାଣ ଓ ରକ୍ଷଣାବେକ୍ଷଣ ଦାୟିତ୍ବ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ବାରା ହେବାକୁ ଥିବା ବେଳେ ଏହାର ଚତୁଃପାର୍ଶ୍ଵରେ ବାଡ଼ ସହ ପାର୍କ ଓ ଆଲୋକୀକରଣର ବ୍ୟବସ୍ଥା କରାଯିବ।
© 2023 Odisha Taza News.