No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ଭୁବନେଶ୍ୱର :- ଭାରତର ଏକ ନମ୍ବର ମ୍ୟୁଜିକ ଷ୍ଟ୍ରିମିଙ୍ଗ ଆପ୍ଲିକେସନ, ଏୟାରଟେଲ ୱିଙ୍କ ମ୍ୟୁଜିକ ପକ୍ଷରୁ ଟପ ୧୦ ମନସୁନ ଗୀତର ଘୋଷଣା କରାଯାଇଛି, ଯାହାକୁ ଲୋକମାନେ ଏହି ପ୍ଲାଟଫର୍ମରେ ସର୍ବାଧିକ ଶୁଣିଛନ୍ତି । ୱିଙ୍କ ମ୍ୟୁଜିକ ଆପରେ ମନସୁନ ଆରମ୍ଭ ହେବାଠାରୁ ଲୋକମାନେ ଶୁଣୁଥିବା ଶୀର୍ଷ ୧୦ଟି ହିନ୍ଦୀ ଗୀତ ମଧ୍ୟରେ ରହିଛି ‘ବାରିଷ ବନ ଯାନା’, ‘ବାରିଷ କି ଯାଏ’, ‘ବାରିଷ’, ‘ସାୱନ ଆୟା ହୈ’, ‘ତୁମ ହି ହୋ’, ‘ରିମ ଝିମ ରିମ ଝିମ’, ‘ବରଷାତ କି ଧୁନ’, ‘କଭି ଯୋ ବାଦଲ ବର୍ଷେ’, ‘ ଟିପ ଟିପ ବର୍ଷା ପାନି’, ଏବଂ ‘ହମ ତୁମ’ ।
ହିନ୍ଦୀ ଏବଂ ଇଂରାଜୀ ଗୀତ ସମେତ ଉପଭୋକ୍ତାମାନେ କଂଟେଟଗୁଡ଼ିକୁ ସେମାନଙ୍କ ଆଂଚଳିତ ଭାଷା ଯଥା ତାମିଲ, ତେଲଗୁ, ମରାଠୀ ଏବଂ ମାଲାୟଲମ ଭାଷାରେ ଶୁଣୁଛନ୍ତି । ତେଣୁ ୱିଙ୍କ ମ୍ୟୁଜିକ ଆପ୍ ର ଲୋକପ୍ରିୟତା ବଢ଼ିଚାଲିଛି । ନୁଭୋସ୍ତାନାଁତେ ଶୀର୍ଷ ତେଲୁଗ ଗୀତ ହୋଇଥିବା ବେଳେ, ପୁଧୁ ବେଲ୍ଲଇ ମଜହାଇ ଶୀର୍ଷ ତାମିଲ ଗୀତରେ ରହିଛି । ସେହିଭଳି ମୁଙ୍ଗରୁ ମାଲେ ଶୀର୍ଷ କନ୍ନଡ଼ ଗୀତ, ପବିଝା ମାଝା ଶୀର୍ଷ ମାଲାୟଲମ ଗୀତ ଏବଂ କଢ଼ି ତୁ ରିମଝିମ ଜରାନାରୀ ସବୁଠାରୁ ଲୋକପ୍ରିୟମ ମରାଠୀ ଗୀତ ହୋଇଛି ।
ନଭେମ୍ବର ୨୦୨୧ ସୁଦ୍ଧା ୱିଙ୍କ ମ୍ୟୁଜିକ ର ୭୩.୨ ମିଲିୟନ ଆକ୍ଟିଭ ଉପଭୋକ୍ତା ରହିଛନ୍ତି ଯେବେକି ୩୯.୪ ମିଲିୟନ ଲୋକ ଏହାକୁ ଡାଉନଲୋଡ଼ କରିଛନ୍ତି । ୱିଙ୍କ ମ୍ୟୁଜିକ ଆପରେ ଭାରତର ପ୍ରାୟ ୩୨ ବିଲିୟନ ଗୀତ ଷ୍ଟ୍ରିମ ହୋଇଛି, ଯେଉଁଠାରେ ଉପଭୋକ୍ତମାନେ ୩୭ ମିଲିୟନ ଘଂଟାର କଂଟେଟ ଶୁଣିଛନ୍ତି । ୱିଙ୍କ ମ୍ୟୁଜିକ ଆପ ୨୦୧୪ ସେପ୍ଟେମ୍ବର ମାସରେ ଭାରତରେ ଲଂଚ ହୋଇଥିଲା ଏବଂ ମାତ୍ର ୪ ଦିନ ମଧ୍ୟରେ ୧ଲକ୍ଷ ଡାଉନଲୋଡ଼ ଅତିକ୍ରମ କରିଥିଲା ।
No Result
View All Result