No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ପଡିଆ :- ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ମାଟେରୁ ପଞ୍ଚାୟତରେ ସ୍କୁଲର ଶିକ୍ଷକ, ସ୍କୁଲ କମିଟି ଓ ଅଭିଭାବକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାଟେରୁ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଟେରୁ ସରପଞ୍ଚ ଲଛମନ ମାଡକାମି ଉପସ୍ଥିତ ରହି ପ୍ରଥମେ ସ୍କୁଲ ପରିସରରେ ଆମ୍ବ, କଦଳୀ , ଅମୃତଭଣ୍ଡା ଭଳି ବୃକ୍ଷରୋପଣ କରିଥିଲେ । ଏହା ପରେ ସ୍କୁଲ ଶ୍ରେଣୀ ଗୃହରେ ଅନୁଷ୍ଠିତ ବୈଠକରେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବା ସହ ସ୍କୁଲ ପରିସର ସୌନ୍ଦର୍ଯ୍ୟ କରଣ ନେଇ ଆଲୋଚନା ହୋଇଥିଲା ।
ବୈଠକରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ପିଲାମାନଙ୍କୁ ମୃଖ୍ୟସ୍ତୋତରେ ସାମିଲ କରିବାକୁ ଶିକ୍ଷା ହଁ ଏକ ମାତ୍ର ମାଧ୍ୟମ ବୋଲି ସରପଞ୍ଚ ଶ୍ରୀ ଲଛମନ ମାଡକାମି କହିଥିଲେ । ଅନ୍ୟପଟେ ସ୍କୁଲରେ ପିଲାଙ୍କ ପାଇଁ ଏବେ ସବୁପ୍ରକାର ସୁବିଧା କରାଯାଇଛି । ତେଣୁ ଅଭିଭାବକ ମାନେ ମଧ୍ୟ ସଚେତନ ହୋଇ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇବାକୁ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଅଭିଭାବକମାନଙ୍କୁ କହିଥିଲେ । ସ୍କୁଲ ପିଲାଙ୍କୁ ସ୍କୁଲରେ ପାଠପଢା ସହ ଅତିରିକ୍ତ ଶିକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ବୈଠକରେ କୁହାଯାଇଛି ।
No Result
View All Result