No Result
View All Result
ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁରେ ପବିତ୍ର ବଡ ଏକାଦଶୀରେ ଲକ୍ଷାଧୀକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି ।
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁଲାଇ ରବିବାର/ରଣପୁର :- ଓଡିଶାର ଦ୍ୱିତୀୟ ଶ୍ରୀ କ୍ଷେତ୍ର ଭାବେ ପରିଚିତ ରଣପୁରେ ପବିତ୍ର ବଡ ଏକାଦଶୀରେ ଲକ୍ଷାଧୀକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । ପବିତ୍ର ହରିଶୟନ ଏକାଦଶିରେ ରଣପୁର ବଡଦାଣ୍ଡ ଭକ୍ତ ମୟ ହୋଇଯାଇଥିଲା । ଦିନତମାମ୍ ମେଘୁଆ ପାଗ ଯୋଗୁ ଦୂର ଦୂରାନ୍ତାରୁ ଭକ୍ତ ମାନେ ଛୁଟି ଆସିଥିଲେ ।
ମଧ୍ୟାହ୍ନରେ ଅସରାଏ ବର୍ଷା ହୋଇଥିଲେ ମଧ୍ୟ ଲୋକମାନେ ସେଥିପ୍ରତି ଖାତିରି କରିନଥିଲେ । ବଡଦାଣ୍ଡରେ ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ଡୋରି ଦେଖିବାକ ମିଳିଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ଶ୍ରୀମନ୍ଦିର ନିକଟରେ ପହଥିଂଥିଲା ଓ ସୁଭଦ୍ରା ଙ୍କ ଦେବଦୋଳନ ଚଣ୍ଡେଶ୍ୱରସାହି ନିକଟରେ ଅଟକି ରହିଥିବାବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା । ବଡଏକାଦଶୀରେ ରଥ ଟଣା ବନ୍ଦ ରହିଥିଲା ।
ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଟ୍ରେଜେରିରୁ ସୁନା ଅଳଙ୍କାର କାଢୁ ନଥିବାବେଳେ ତିନି ଠାକୁରଙ୍କୁ ରୁପା ବେଶରେ ସଜ୍ଜିତ କରା ଯାଇଛି । ହସ୍ତ ,ପାଦ ,କିରଟି ,ଶଂଙ୍ଖ , ଚକ୍ର , ଗଦା , ସାଙ୍ଗକୁ ବିଭିନ୍ନ ଫୁଲରେ ଶ୍ରୀଜିଉ ମାନଙ୍କୁ ଦେଖିବାକୁ ମିଳିଛି । ସଂନ୍ଦ୍ୟାରେ ଟାଉନ୍ କ୍ଲବ ଅନୁକୁଲ୍ୟରେ ପଥୁଂଦୋଳ ପଡିଆ ଠାରେ ଜଗନ୍ନାଥ ରଥ ସମୁଖରେ ଓଡିଶାର ପ୍ରତିଷ୍ଠିତ କଳାକାର କ଼ୁମାର ବାପି, ପୀନାକି ନାୟକ, ଅନ୍ତରା ଚକ୍ରବର୍ତି ,
ସତ୍ୟନାରାୟଣ ମହାପାତ୍ର କଣ୍ଠ ଶିଳ୍ପି ମାନଙ୍କୁ ନେଇ ଭଜନ ସମାରୋହ ଆରମ୍ବ ହୋଇଛି । ଶାନ୍ତି ଶୁଙ୍ଖଳା ପାଇଁ ଓ ରଥ ଚାରିପାଖରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି, ସୋମବାର ଲକ୍ଷ୍ନୀ ନାରାୟଣ ଭେଟପାଇ କାର୍ଯ୍ୟ କ୍ରମ ରହିଥିବା ପ୍ରଶାସନ ଠାରୁ ଜଣାଯାଇଛି ।
No Result
View All Result