No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁଲାଇ ରବିବାର/ରଣପୁର ବ୍ଲକ୍ ସୁନାଖଳା :- ରଣପୁର ବ୍ଲକ୍ ସୁନାଖଳା କାସନ୍ଦା ଜଙ୍ଗଲ ରୁ ଏକ ବେଆଇନ୍ ପଶୁ ଶିକାର କରୁଥିବା ଶିକାରୀ କୁ ଗିରଫ କରିଛି ସୁନାଖଳା ପୋଲିସ । ସୂଚନା ଅନୁସାରେ ଗତ ଶୁକ୍ରବାର ଦିନ ଉକ୍ତ ଜଙ୍ଗଲ ରୁ ଜଣେ ଶିକାରୀ ଙ୍କୁ ବେଆଇନ୍ ପଶୁ ଶିକାର କରିବା ଅଭିଯୋଗରେ ଗିରଫ କରାଯାଇଛି। ଉକ୍ତ ଶିକାରୀ ଜଣଙ୍କ ହେଲେ ସୁବାସ ପରିଡ଼ା ।
ତେବେ ସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ଓ ପୋଲିସ ଟିମ୍ ଙ୍କୁ ଧରି ଅଚାନକ ଚଢ଼ାଉ କରିଥିଲେ ଚଢ଼ାଉ ସମୟ ରେ ଉକ୍ତ ଶିକାରୀ ଠାରୁ ହାତ ତିଆରି ଦେଶୀ ବନ୍ଧୁକ ଦୁଇଟି ଜବତ କରାଯାଇଥବା ବେଳେ ଉକ୍ତ ଶିକାରୀ ଜଣଙ୍କୁ ଗିରଫ କରି ୧୬୫/୨୨ ରେ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣା ପଡିଛି ।

No Result
View All Result