ଓଡ଼ିଶା ତାଜା ନ୍ୟୁଜ୍/୧୦ ଜୁଲାଇ ରବିବାର/ବୈପାରିଗୁଡା :- ନୂତନ ପୋଲ ନିର୍ମାଣ କରିବା ନେଇ କୋରାପୁଟ ବିଧାୟକଙ୍କୁ ଗୁହାରୀ କରୁଥିବା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରା୍ଲ ହେବାରେ ଲାଗୁଥିବା ବେଳେ କଣ ଏହି ସମସ୍ୟା ଦେଖି ଜନସାଧାରଣଙ୍କ ସମସ୍ୟାକୁ ଗୁରୁତ ଦେଇ କୋରାପୁଟ ବିଧାୟକ ଗ୍ରାମବାସୀଙ୍କ ପାଇଁ ନୂତନ ପୋଲ ଯୋଗାଇ ଦେବେ ତାହାକୁ ନେଇ ଏବେ ବଡପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲୋକଙ୍କ ଦୁର୍ଦ୍ଦଶା ବଢାଉଛି ମାଝୀଗୁଡା ଠାରୁ ହୁଣ୍ଡିଭଟା ଗ୍ରାମ ମଝିରେ ଥିବା ପୋଲ । ଦୁଇ ରୁ ତିନି ଗ୍ରାମର ଗ୍ରାମବାସୀଙ୍କୁ ଯାତାୟାତ କରିବା ପାଇଁ ଗ୍ରାମବାସୀ ମାନେ ଏହି ପୋଲ ଦେଇ ଯିବା ପାଇଁ ଡରୁଥିବା ବେଳେ ବର୍ଷା ଦିନ କଥା ନ କହିବା ଭଲ ।

ରାଜ୍ୟସରକାର କିମ୍ବା ପ୍ରଶାସନ ତରଫରୁ ଏହି ସ୍ଥାନରେ ବିଜୁ ସେତୁ ଯୋଜନାରେ ସାମିଲ ନ କରିଥିବାରୁ ସେମାନେ ଏହି ଯୋଜନାରୁ ବଂଚିତ ହୋଇଥିବା ପ୍ରକାଶ କରିଛନ୍ତି । ବୈପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ପଂଚାୟତରେ ଏହି ପୋଲ ରହିଥିବା ବେଳେ ଏହି ପୋଲ ବାଲିଗାଁ ସହିତ କିଛି ଗ୍ରାମକୁ ସଂଯୋଗ କରୁଛି । ତେବେ ଏହି ସ୍ଥାନ ଉପରେ ପୋଲଟିଏ ହୋଇଥିବା ବେଳେ ମାଝୀଗୁଡା ଓ ହୁଣ୍ଡିଭଟା ର ଲୋକମାନେ ଯାତାୟାତ କରିଥାନ୍ତି । ଗତ କିଛି ଦିନ ହେବ ଦୁର୍ଗମ ଅଂଚଳ ମାନଙ୍କ ରେ ବର୍ଷା ପ୍ରବଳମାତ୍ରାରେ ହେଉଥିବା ବେଳେ ପୋଲର ଆଖପାଖ ଅଂଚଳରୁ ମାଟି ଧୋଇ ହୋଇ ଯିବା ଫଳରେ ପୋଲ ଏବେ ଭାଙ୍ଗିବା ଅବସ୍ଥ୍ୟାକୁ ଆସି ଯାଇଥିବାର ଦେଖାଯାଇଛି । ତେବେ ଗ୍ରାମବାସୀ ମାନେ ବାରମ୍ବାର ଏହି ସମସ୍ୟାକୁ ନେଇ ପ୍ରଶାସନ ଓ ବିଧାୟକଙ୍କୁ ଜଣାଇଥିଲେ ମଧ୍ୟ ଏହାର ପ୍ରତିକାର ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଉନଥିବାରୁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି ।

ଗ୍ରାମର ୱାର୍ଡମେମ୍ବରଙ୍କ ସହିତ ବାଲାଜୀ ମାଛ, ସଦାନନ୍ଦ ସଗରିଆ, ଜଗ ଖେମୁଡୁ, ସଦନ ସଗରିଆ,ଚନ୍ଦ୍ର ସାଇ ମାଛ କହିଛନ୍ତି ଯେ ବିଧାୟକ ଏହି ସ୍ଥାନ ଦେଖିବା ପରେ ପୋଲ ନିର୍ମାଣ କରିବା ନେଇ ପ୍ରତିଶୃତି ପ୍ରଦାନ କରିବାର ବହୁ ଦିନ ବିତି ଯାଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ପ୍ରକାର ଆଖିଦୃଷିଆ ପଦକ୍ଷେପ ନେଇ ନ ଥିବାର କହିଛନ୍ତି । ବର୍ଷା ଦିନରେ ଏହି ପୋଲ ତଳେ ପ୍ରବଳ ପାଣି ଯାଉଥିବାରୁ ପୋଲ ସାଇଡର ମାଟି ଖସୁଥିବା ଫଳରେ ପୋଲ ଏବେ ଦୁର୍ବଳ ହୋଇଯାଇଛି । ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖ୍ୟନ ହୋଉଛନ୍ତି । ଏହି ପୋଲ ଦେଇ ପ୍ରତ୍ୟହ ବିଭିନ୍ନ ଗ୍ରାମର ଲୋକେ ଅଙ୍ଗନୱାର୍ଡ, ବିଦ୍ୟାଳୟ ଓ ବ୍ୟବସାୟ ଅର୍ଥରେ ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଯିବା ଆସିବା କରିଥାନ୍ତି ।

ଏହି ପୋଲର ପୁନଃ ନିର୍ମାଣ ପାଇଁ ଅଂଚଳବାସୀ ଅନେକ ଦିନରୁ ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ସରକାର ନୀରବ ରହିଥିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ଦେଖା ଦେଇଛି ବୋଲି କହିଛନ୍ତି ଅଂଚଳବାସୀ । ତେବେ ଏସମ୍ପକରେ ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ସହ ଯୋଗାଯୋଗ କରିବାରୁ ସେଏ କହିଥିଲେ ଯେ ଲୋକଙ୍କ ସମସ୍ୟାକୁ ଗୁରୁତ ଦିଆଯିବ ଏବଂ ଏହି ବିଷୟକୁ ନେଇ ଆଲୋଚନା କରିବା ପରେ ହିଁ ପ୍ରକ୍ରିୟା ଦେବି ବୋଲି କହିଛନ୍ତି । ତେବେ ବିଧାୟକ ପ୍ରଶାସନ ଏଠି ପ୍ରତି ତୁରନ୍ତ ଦୃଷ୍ଟି ଦେଇ ବିଜୁ ସେତୁ କିମ୍ବା ଅନ୍ୟ କୌଣସି ଯୋଜନାରେ ଏହି ପୋଲର ପୁନଃ ନିର୍ମାଣ କରିବା ପାଇଁ ଅଂଚଳବାସୀ ଦାବି କରିଛନ୍ତି ।